ଆକାଶ ପାଠକଙ୍କ ପିଏ ଡେଭିଡ଼ ପିଟରଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ, ସାମ୍ନାକୁ ଆସୁଛି ଅନେକ ତଥ୍ୟ

ଭୁବନେଶ୍ବର: ଆକାଶ ପାଠକ ପିଏକୁ କ୍ରାଇମବ୍ରାଞ୍ଚର ଜେରା । ପୁଣେରୁ ଉଠାଇ ଆଣି କାଲିଠାରୁ ପିଏ ଡେଭିଡ଼ ପିଟରକୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବା ଜଣାପଡିଛି । ଆକାଶ ଟାଟା କର୍ମଚାରୀ ନୁହଁନ୍ତି ବୋଲି ସେ ଜାଣିନଥିବା କହିଛନ୍ତି ।

କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ଆକାଶ ଠକିଥିବା କହିଛି ପିଟର । ବାହାର ରାଜ୍ୟର ବହୁ ଯୁବକଙ୍କୁ ଚାକିରି କରାଇବା ନାଁରେ ଠକିଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଛି । ପୁଣେରେ ଆକାଶଙ୍କ ପିଏ ଭାବେ କାମ କରୁଥିଲେ ଡେଭିଡ । ସେ ଆକାଶଙ୍କ ସମ୍ପର୍କରେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.