Below header

ଚୀନ୍‌ରେ ମଣିଷ ତିଆରି କରିଛି କରୋନ ଭାଇରସ୍‌ : ଚୀନ୍‌ର ମହିଳା ବୈଜ୍ଞାନିକ କହିଲେ ମୋ ପାଖରେ ରହିଛି ଠୋସ୍‌ ପ୍ରମାଣ, ଠିକ୍‌ ସମୟରେ କହିବି

ନୂଆଦିଲ୍ଲୀ : ସାରା ଦୁନିଆରେ ସଂକ୍ରମିତ ହୋଇଥିବା କରୋନା ଭାଇରସ୍‌ ନେଇ ଚୀନ୍‌ ଉପରେ ସବୁ ଦେଶର ସନ୍ଦେହ ସୃଷ୍ଟି ହୋଇଛି । ତେବେ ଚୀନ୍‌ ଏହି କଥାକୁ କେବେ ବି ସ୍ୱୀକାର କରିନାହିଁ । କରୋନା ଭାଇରସକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଚୀନ୍‌ର ମହିଳା ବୈଜ୍ଞାନିକ । ସେ କହିଛନ୍ତି ଯେ କରୋନା ଭାଇରସ କୈାଣସି ଲ୍ୟାବ୍‌ରୁ ଲିକ୍‌ ହୋଇନାହିଁ । ବରଂ ଏହାକୁ ଚୀନ୍‌ ତିଆରି କରିଛି ।

ଏହାର ପକ୍କା ପ୍ରମାଣ ମୋ ପାଖରେ ରହିଛି ବୋଲି ଉକ୍ତ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଚୀନରେ ସଂକ୍ରମିତ ହୋଇଥିବା କରୋନା ଭାଇରସ୍‌ ପ୍ରକୃତି ଦତ୍ତ ନୁହେଁ ବରଂ ଏହା ମାନବକୃତ । ଚୀନ୍‌ ସରାକାରଙ୍କ ଉପରେ ଗୁରୁତର ଆରୋପ ଲଗାଇ ସେ କହିଛନ୍ତି ଯେ ଖୁବ୍‌ ଶୀଘ୍ର ମୁଁ ଏହାର ପ୍ରମାଣ ଦେବି । ଚୀନ୍‌ କେବେ ଏହି କଥାକୁ ସ୍ୱୀକାର କରୁନାହିଁ ।

covid 11

କରୋନା ଭାଇରସ କେଉଁଠୁ ଆସିଲା ବୋଲି ପ୍ରଶ୍ନର ଉତ୍ତର ଦେଇ ଉକ୍ତ ବୈଜ୍ଞାନିକ କହିଛନ୍ତି ଯେ ଭୟଙ୍କର କରୋନା ଭାଇରସ ଓ୍ଵହାନର ଏକ ଲ୍ୟାବ୍‌ରୁ ସଂକ୍ରମିତ ହୋଇଛି । ତେବେ ଏହା ମାନବ ନିର୍ମିତ ଅଟେ । ଏହି ଭାଇରସ୍‌ର ଜିନୋମ(ଜେନେଟିକ ସଂରଚନା) ମଣିଷ ଫିଙ୍ଗରପ୍ରିଣ୍ଟ ଭଳି ଅଟେ । ଏହି  ଆଧାରରେ ମୁଁ ପ୍ରମାଣ କରିଦେବି ଯେ କରୋନା ଭାଇରସ ମାନବକୃତ ବୋଲି କହିଛନ୍ତି ଉକ୍ତ ଚୀନ୍‌ ବୈଜ୍ଞାନିକ ।

ସେ ଆହୁରି କହିଛନ୍ତି ଯେ କୈାଣସି ଭାଇରସ୍‌ରେ ମାନବ ଫିଙ୍ଗର ପ୍ରିଣ୍ଟର ଉପସ୍ଥିତି କୁହେ ଯେ ଏହା ମାନବ ଦ୍ୱାରା ନିର୍ମିତ ବୋଲି । ଲି-ମିଙ୍ଗ୍‌ ନାମକ ଏହି ବୈଜ୍ଞାନିକ କହିଛନ୍ତି ଯେ ମୋତେ ଧମକ ମିଳିବା ପରେ ମୁଁ ହଙ୍ଗକଙ୍ଗ୍‌ ଛାଡି ଆମେରିକା ପଳାଇ ଆସିଛି । ତେବେ ମୁଁ ଡରି ଯିବାର ନୁହେଁ, ଚୀନ୍‌ ସରକାରଙ୍କ ମୁଖା ଖୋଲି ଦେବି ବୋଲି ଉକ୍ତ ବୈଜ୍ଞାନିକ ପ୍ରକାଶ  କରିଛନ୍ତି ।

covid-0

କରୋନା ଭାଇରସ୍‌କୁ ନେଇ ଆମେରିକା ମଧ୍ୟ ସର୍ବଦା ଏହି ଭାଇରସ୍‌ ଚୀନ୍‌ ସୃଷ୍ଟ ବୋଲି କହୁଥିଲା । ହେଲେ ଚୀନ୍‌ ଏହାକୁ ଅସ୍ୱୀକାର କରିବା ସହ ଆମେରିକା ତା’ର ବଦନାମ କରୁଛି ବୋଲି ଅଭିଯୋଗ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.