Vi ଲଞ୍ଚ କଲା ୩୫୧ ଟଙ୍କିଆ ଓ୍ଵାର୍କ ଫ୍ରମ ହୋମ ପ୍ଲାନ, ମିଳିବ ୧୦୦ ଜିବି ଡାଟା

ଭୋଡାଫୋନ-ଆଇଡିଆ ନିକଟରେ ନୂଆ ବ୍ରାଣ୍ଡ ନାଁ Vi ନାମରେ ପରିଚିତ ହେଲା। ନୂଆ ବ୍ରାଣ୍ଡ ନାଁ, ନୂଆ ଲୋକଙ୍କ ସହିତ ଏବେ ନୂଆ ପ୍ଲାନ ମଧ୍ୟ ଲଞ୍ଚ କରିଛି ଭିଆଇ। ଏହା ଓ୍ଵାର୍କ ଫ୍ରମ ହୋମ ଅଫରର ପ୍ଲାନ ଯାହା ମାତ୍ର ୩୫୧ ଟଙ୍କାରେ ଉପଲବ୍ଧ। ୩୫୧ ଟଙ୍କିଆ ପ୍ଲାନ ସହିତ ଏବେ ଭିଆଇ ୨୯ ଟଙ୍କା ପ୍ଲାନର ଅବଧି ମଧ୍ୟ ବଢାଇଦିଆଯାଇଛି। କମ୍ପାନୀ କିଛି ମାସ ପୂର୍ବରୁ ୨୯ ଟଙ୍କିଆ ପ୍ଲାନ ଦିଲ୍ଲୀ ସର୍କଲରେ ଲଞ୍ଚ କରିଥିଲା। କିନ୍ତୁ ଏବେ ଏହାକୁ ଅନ୍ୟ ସର୍କଲରେ ମଧ୍ୟ ଉପଲବ୍ଧ କରାଯାଉଛି।

ଭିଆଇର ଏହି ପ୍ରିପେଡ ପ୍ଲାନରେ ୧୦୦ ଜିବି ଡାଟା ମିଳିବ। ଏହି ପ୍ଲାନର ଭାଲିଡିଟି ୫୬ ଦିନର ରହିବ। ଏହା ପୂର୍ବରୁ ୨୫୧ ଟଙ୍କିଆ ପ୍ଲାନ ଥିଲା ଯାହା ଏବେ ବି ରହିଛି କିନ୍ତୁ ଏଥିରେ ୫୦ ଜିବି ଡାଟା ମିଳୁଛି।

vi 1

୩୫୧ ଟଙ୍କିଆ ଓ୍ଵାର୍କ ଫର୍ମ ହୋମ ପ୍ଲାପରେ କେବଳ ଡାଟା ରହିଛି, ଏଥିରେ କଲିଂ କରିବାର ସୁବିଧା ନାହିଁ। ଏହି ନୂଆ ପ୍ଲାନ ଭିଆଇର େଓ୍ଵବସାଇଟରେ ଅପଡେଟ କରାଯାଇଛି। କମ୍ପାନୀ ନୂଆ ବ୍ରାଣ୍ଡ ନା ସହିତ ନୂଆ େଓ୍ଵବସାଇଟMyvi ମଧ୍ୟ ଲଞ୍ଚ କରିଛି। ଏହାଛଡା ୨୯ ଟଙ୍କିଆ ପ୍ଲାନରେ ୧୦୦ ଏମବି ଡାଟା ସହିତ ୧୫ ଟଙ୍କାର ଟକ୍‌ଟାଇମ ମିଳୁଛି। ଏହି ପ୍ଲାନର ଭାଲିଡିଟି ୧୪ ଦିନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.