କରୋନାରେ ଚାଲିଗଲେ ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ନଦିଆ ବିହାରୀ ମହାନ୍ତି

କେନ୍ୟୁଜ୍(ବ୍ୟୁରୋ):  ଚାଲିଗଲେ ବଡ଼ଭାଇ। ଆକାଶବାଣୀରେ ବହୁଳ ପ୍ରସାରିତ ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।   କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୦୧୩ ମସିହାରେ ନଦିୟା ବିହାରୀଙ୍କୁ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ତାଙ୍କୂ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

କେନ୍ଦ୍ରାପଡ଼ାର କାଉପଡ଼ା ଗ୍ରାମରେ ନଦିୟା ବିହାରୀ  ଜନ୍ମ ଗ୍ରହଣ କରିଥିଲେ।  ତାଙ୍କ ପତା ଜଣେ ଓକିଲ ଥିଲେ।    ପିଲାଦିନ ଗାଁରେ କାଟିବାପରେ  କଟକ ଆସି ତେଲେଙ୍ଗା ବଜାରରେ ରହି ପାଠ ପଢୁଥିବା ବେଳେ ଲେଖାଲେଖି ପ୍ରତି ତାଙ୍କ ରୁଚି ବଢିଥିଲା । କେବଳ ସେତିକି ନୁହେଁ ସ୍କୁଲରେ ପଢିବା ବେଳେ ସେ ଅଭିନୟ ମଧ୍ୟ ଆଗ୍ରହ ରଖଥିଲେ  ଓ ଛୋଟ ଛୋଟ ଅଭିନୟ ମଧ୍ୟ କରୁଥିଲେ। ଏହା ପରେ  ରେଭେନ୍ସା କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମଧ୍ୟ ନଦିଆ ଲେଖାଲେଖି ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.