Below header

ନୂଆ ତଥ୍ୟ ଅନୁଯାୟୀ, ସ୍ମାର୍ଟ ଫୋନ୍‌ ଉପରେ କରୋନା ଭାଇରସ କେତେ ଦିନ ବଞ୍ଚି ପାରିବ ଜାଣନ୍ତି କି…

ମନୁଷ୍ୟ ବ୍ୟବହାର କରୁଥିବା ଦୈନନ୍ଦିନ ଜିନିଷ ମଧ୍ୟରୁ ସବୁଠୁ ଯଦି କେଉଁ ଜିନିଷ ଅଧିକ ବ୍ୟବହାର କରିଥାଏ ତାହା ହେଉଛି ସ୍ମାର୍ଟ ଫୋନ୍‌ । ଏକ ଅଧ୍ୟୟନ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୩ ଘଣ୍ଟା ୧୫ ମିନିଟ୍‌ ସ୍ମାର୍ଟ ଫୋନ୍‌ ବ୍ୟବହାର କରିଥାଏ ।

ହେଲେ ଜାଣନ୍ତି କି ଏହି ସ୍ମାର୍ଟ ଫୋନ୍‌ ଉପରେ କରୋନା ଭାଇରସ୍‌ କେତେ ସମୟ ବଞ୍ଚି ରହିପାରେ । ଓ୍ଵାର୍ଲଡ୍‌ ହେଲ୍ଥ ଅର୍ଗାନାଇଜେସନ ତଥ୍ୟ ଅନୁଯାୟୀ କାଚ ସର୍ଫେସ୍‌ ଉପରେ କରୋନା ଭାଇରସ୍‌ ପ୍ରାୟ ୯୬ ଘଣ୍ଟା ବା ୪ଦିନ ବଞ୍ଚି ରହିପାରେ ।

tablet

କାଚକୁ ଛାଡ଼ିଲା ପରେ ପ୍ଲାଷ୍ଟିକ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ କରୋନା ଭାଇରସ୍‌ ୭୨ ଘଣ୍ଟା ବା ପ୍ରାୟ ୩ ଦିନ ବଞ୍ଚି ରହିପାରେ ବୋଲି ଓ୍ଵାର୍ଲଡ୍‌ ହେଲ୍ଥ ଅର୍ଗାନାଇଜେସନ ପ୍ରକାଶ କରିଛି ।

କେବଳ ସ୍ମାର୍ଟ ଫୋନ୍‌ ନୁହେଁ ଘଣ୍ଟା, ଲାପଟପ୍‌ ଓ ଟାବଲେଟ୍‌ ଭଳି କାଚ ଜିନିଷରେ ମଧ୍ୟ କରୋନା ୪ ଦିନ ବଞ୍ଚି ରହିପାରେ । ତେବେ ଅନ୍ୟ ଜିନିଷ ତୁଳନାରେ ମୋବାଇଲର ବ୍ୟବହାର ଅଧିକ ଥିବାରୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି । ତେଣୁ ମୋବାଇଲ ଓ ଅନ୍ୟ କାଚ ଜିନିଷକୁ ଆଲ୍‌କୋହଲ୍‌ ସଲ୍ୟୁସନ୍‌ ଦ୍ୱାରା ବାରମ୍ବାର ପୋଛି ସଫା କରିବାକୁ ଏଥିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.