Below header

ଦେଶର ଏହି ସହରରେ ଦୁଇ ଡଜନରୁ ଅଧିକ ହୋଟେଲ ହେବ କ୍ଵାରେଣ୍ଟାଇନ ସେଣ୍ଟର, ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା

ବିହାର ରାଜଧାନୀ ପାଟଣାରେ ଦୁଇ ଡଜନ ହୋଟେଲକୁ କ୍ଵାରେଣ୍ଟାଇନ ସେଣ୍ଟର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଉକ୍ତ ହୋଟେଲଗୁଡିକୁ ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇଛି । ଏ ନେଇ ମଙ୍ଗଳବାର ପାଟଣା ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ପ୍ରବନ୍ଧକଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା ।

ହୋଟେଲଗୁଡିକ ଛଡ଼ା ଜିଲ୍ଲା ଅତିଥି ଗୃହ, ୟୁଥ ହଷ୍ଟେଲ, ବୋମେତି ରେଲୱେ ଗେଷ୍ଟ ହାଉସ, ବିଶ୍ୱବିଦ୍ୟାଳୟ ଛାତ୍ରାବାସ, ବିଏସଏନଏଲ ଗେଷ୍ଟ ହାଉସ ଭଳି ସରକାରୀ ଭବନଗୁଡିକୁ ମଧ୍ୟ କ୍ଵାରେଣ୍ଟାଇନ ସେଣ୍ଟର କରାଯିବ ।

a4

ଏହାଛଡା ବୈଠକରେ ଜିଲ୍ଲା ଶ୍ରମ ଅଧୀକ୍ଷକଙ୍କୁ ଜିଲ୍ଲାର ସମସ୍ତ ଶ୍ରମିକଙ୍କ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସେମାନଙ୍କୁ ଚିହ୍ନଟ କରାଯାଇ ଆଶ୍ରୟସ୍ଥଳୀରେ ପହଞ୍ଚାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.