Below header

ଆସିଲା ‘ଫେଲୁଦା’ ଟେଷ୍ଟିଂ କିଟ୍‌, ମାତ୍ର ପାଞ୍ଚ ଶହ ଟଙ୍କାରେ ହେବ କୋଭିଡ୍‌ ପରୀକ୍ଷା

ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହୋଇଛି କରୋନା ଟେଷ୍ଟିଂ କିଟ୍‌ । ମାତ୍ର ୩୦ ମିନିଟ୍‌ରେ ଦେବ ଯାଞ୍ଚ ରିପୋର୍ଟ । ଜଣାପଡ଼ିଯିବ ଆପଣ ପଜେଟିଭ୍‌ ନା ନେଗେଟିଭ । ତାହା ପୁଣି ମାତ୍ର ୫ ଶହ ଟଙ୍କାରେ । ଏପରି ଟେଷ୍ଟିଂ କିଟ୍‌ ଉଦ୍ଭାବନ କରିଛନ୍ତି ଭାରତୀୟ ବୈଜ୍ଞାନିକ ।

ଟେଷ୍ଟିଂ କିଟ୍‌ର ନାମ ରହିଛି ‘ଫେଲୁଦା’ । ଅନ୍ୟ ଦେଶର ଟେଷ୍ଟିଂ କିଟ୍‌ର ଦାମ୍‌ ତୁଳନାରେ ଏହା ବହୁତ କମ୍‌ । ପୂର୍ବରୁ ବିଦେଶରୁ ଅଣାଯାଉଥିବା ଟେଷ୍ଟିଂ କିଟ୍‌ର ମୂଲ୍ୟ ଥିଲା ୪ ହଜାରରୁ ୪୫୦୦ ଟଙ୍କା । ଟେଷ୍ଟ ରିପୋର୍ଟ ପାଇଁ ମଧ୍ୟ ୫ ରୁ ୭ ଘଣ୍ଟା ଯାଏ ଅପେକ୍ଷା କରିବାକୁ ପଡ଼ୁଥିଲା ।

ମାତ୍ର ଏହି ‘ଫେଲୁଦା’ ଟେଷ୍ଟିଂ କିଟ୍‌ ଉଦ୍ଭାବନ କରି ଭାରତୀୟ ବୈଜ୍ଞାନିକ ବିଶ୍ୱକୁ ଚମକାଇ ଦେଇଛନ୍ତି । ଏହି ଟେଷ୍ଟିଂ କିଟ୍‌ରେ ଥିବା ଦୁଇଟି ଅଦୃଶ୍ୟ ଗାର ଜଣାଇଦେବ ବ୍ୟକ୍ତି କରୋନା ସଂକ୍ରମିତ କି ନୁହଁନ୍ତି । କରୋନା ଲଢ଼ଇରେ ବଡ଼ ଅସ୍ତ୍ର ସାଜିବ ଏହି ଫେଲୁଦା ଟେଷ୍ଟିଂ କିଟ୍‌ ।

କରୋନା ଟେଷ୍ଟିଂ ପ୍ରକ୍ରିୟାରେ ଏହି କିଟ୍‌ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛି ସିଏସ୍‌ଆଇଆର୍‌ ।

ଫେଲୁଦା କେମିତି କାମ କରିବ

କ୍ରିସପର ଜିନ୍ ଏଡିଟିଂ ଟେକନୋଲଜିରେ ଏହି ପରୀକ୍ଷା ହେବ । ଏଥିରେ କୌଣସି ମେସିନ୍‌ର ଅବଶ୍ୟକ ପଡ଼ିବ ନାହିଁ । ପେପର୍‌ର ରଙ୍ଗ ବଦଳିଲେ ଜାଣି ହୋଇଯିବ ଯେ ପଜେଟିଭ୍ ନା ନେଗେଟିଭ୍ । ପୂର୍ବରୁ ଏହି ଉପାୟରେ ଜିକା ଭାଇରସ୍‌ର ଟେଷ୍ଟିଂ କରାଯାଇ ସଫଳତା ମିଳିଛି ।

କରୋନା ଯୋଦ୍ଧାରେ ଜୋଡ଼ି ହେଲା ଭାରତୀୟ ପୋଷ୍ଟ

ରା ଦେଶରେ କରୋନା କିଟ୍ସ ଶୀଘ୍ର ପହଞ୍ଚାଇବାରେ ସବୁଠୁ ବଡ଼ ଭୂମିକା ନେଇଛି ଭାରତୀୟ ପୋଷ୍ଟ ବିଭାଗ । ଦେଶରେ ଭାରତୀୟ ପୋଷ୍ଟର ସବୁଠୁ ବଡ଼ ନେଟ୍‌ଓ୍ଵର୍କ ରହିଛି । ଦେଶର ୧ ଲକ୍ଷ ୫୬ ହଜାର ପୋଷ୍ଟ ଅଫିସ୍‌ ମାଧ୍ୟମରେ ପ୍ରତିଦିନ ୧ ଲକ୍ଷ ‘ଫେଲୁଦା’ ଟେଷ୍ଟିଂ କିଟ୍‌ ଯୋଗାଇ ଦିଆଯିବ । ଏଥିପାଇଁ ଆଇସିଏମ୍‌ଆର୍‌ ଭାରତୀୟ ପୋଷ୍ଟ ସହ ବନ୍ଧିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.