Below header

କରୋନା ଭାଇରସ୍‌ ଚିକିତ୍ସା କରୁଥିବା ଡାକ୍ତର ଜାଣି କରି ଦୁଇ ସହଯୋଗୀଙ୍କ ଉପରେ ଛିଙ୍କିଲେ, ଜାଣନ୍ତୁ ତା‘ପରେ

ସାରା ଦୁନିଆରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ସବୁ ଦେଶ ଏଥିରୁ ମୁକୁଳିବା ପାଇଁ ନିଜ ନିଜର ଚିକିତ୍ସା ବ୍ୟବସ୍ଥା ଜାରି ରଖିଛନ୍ତି । ସଂକ୍ରମଣ ଠାରୁ ଦୂରେଇ ରହିବା ଓ କାହାକୁ ସଂକ୍ରମିତ ନକରିବାକୁ ସର୍ବଦା କୁହାଯାଉଛି ।

ହେଲେ କିଛି ଲୋକ ଜାଣିକରି ଅନ୍ୟକୁ ସଂକ୍ରମିତ କରିବାକୁ ପଛାଉ ନାହାଁନ୍ତି । ଏଭଳି ଘଟଣା ଦେଖାଯାଇଛି ନ୍ୟୁ ଜର୍ସିର ୟୁନିଭରସିଟ୍‌ ଅଫ୍‌ କନେକ୍ଟିକଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ । ଏଠାକାର ୪୮ ବର୍ଷୀୟ ଜଣେ ଡାକ୍ତର କରି ଏଡ୍‌ଗାର ନିଜେ କରୋନା ସଂକ୍ରମିତ ଜାଣି ସୁଦ୍ଧା ନିଜର ଦୁଇ ସହଯୋଗୀଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଉପରେ ଛିଙ୍କି ଥିଲେ । ଡାକ୍ତର ଏଡ୍‌ଗାର ସେଠାକାର ଅସ୍ଥିଶଲ୍ୟ ବିଭାଗର ସହାୟକ ପ୍ରଫେସର ।

ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ ଡା. ଏଡଗାର ଜାଣିକରି ଏପରି କରିଥିଲେ । ଫଳରେ ସେଠାକାର ପୁଲିସ ତାଙ୍କୁ ନୋଟିସ ଜାରି କରିଛି । ହେଲେ ଡାକ୍ତର କରୋନା ଆକ୍ରନ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା ନ୍ୟୁଜର୍ସିରେ । ଏହି ଯୁବକ ସେଠାକାର ସୁପର ମାର୍କେଟର ଜଣେ କର୍ମଚାରୀଙ୍କ ଉପରେ ଜାଣି କରି ଛିଙ୍କି ଥିଲା । ପୁଲିସ ଯେତେବେଳେ ତାକୁ ଗିରଫ କରିବାକୁ ଆସିଲା, ସେ ପୁଲିସ ଉପରେ ମଧ୍ୟ ଛିଙ୍କି ଥିଲା । ଶେଷରେ ପୁଲିସ୍‌ ତାକୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.