Below header

ବିଦେଶ ଭ୍ରମଣରୁ ଫେରିଥିବା ବାବା ଚାଲିଗଲେ ପରପାରିକୁ, ଛାଡ଼ିଗଲେ ୨୦ଟି ଗାଁର ଲୋକଙ୍କୁ ଏକାନ୍ତ ବାସରେ

କେନ୍ୟୁଜ୍‌(ବ୍ୟୁରୋ): ସାରା ଦେଶ କରୋନା ପାଇଁ ଲକ୍‌ଡାଉନ୍‌ । କେହି କାହା ସହ ମିଶିବେନି ସରକାରଙ୍କ କଡ଼ା ନିର୍ଦ୍ଦେଶ । ତଥାପି ଲୋକଙ୍କର ସଚେତନତା ନାହିଁ । ନିକଟରେ ଜଣେ ବାବା ଇଟାଲି ଓ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ । ହେଲେ ନିୟମ ନମାନି ପର୍ବରେ ସାମିଲ ହୋଇଥିଲେ ।

ତାଙ୍କ ସହ ସାମିଲ ହୋଇଥିଲେ ୨୦ ଟି ଗାଁର ପ୍ରାୟ ୪୦ ହଜାର ଲୋକ । କିଛି ଦିନ ତଳେ ଉକ୍ତ ବାବା ଶେଷ ନିଶ୍ୱାସଃ ତ୍ୟାଗ କରିଛନ୍ତି । ବାବା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏବେ ଗାଁରେ ସୃଷ୍ଟି ହୋଇଛି କୋକୁଆ ଭୟ । ଯାହାକୁ ନେଇ ପ୍ରଶାସନ ଏବେ ଅଡ଼ୁଆରେ ।

କାହାକୁ ଖୋଜିବ, କାହାକୁ ଯାଞ୍ଚ କରିବ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ତେଣ ପ୍ରଶାସନ ଏବେ ୨୦ଟି ଗାଁର ସମସ୍ତ ୪୦ ହଜାର ଲୋକଙ୍କୁ ଏକାନ୍ତ ବାସରେ ରଖିଛନ୍ତି । ଘଟଣାଟି ଘଟିଛି ପଞ୍ଜାବ ରାଜ୍ୟରେ ।

ପଞ୍ଜାବ ସରକାର କମ୍ୟୁନିଟି ସଂକ୍ରମଣ ଆଶଙ୍କା କରି ୨୦ଟି ଗାଁର ଲୋକଙ୍କୁ ଏକାନ୍ତବାସରେ ରଖିଛି । ଏବେ ଦେଶରେ ଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କେବଳ ପଞ୍ଜାବର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.