Below header

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ତିନିମାସର ଦରମା ଦେବା ପରେ କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ,

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।  ନିଜ  MPLAD ଫଣ୍ଡରୁ ଏହି ଅର୍ଥରାଶିକୁ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲା ପାଇଁ ମଞ୍ଜୁର କରିଛନ୍ତି ଡ.ସାମନ୍ତ। ପୂର୍ବରୁ ମଧ୍ୟ ଡ.ଅଚ୍ୟୁତ ସାମନ୍ତ  ତିନି ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ଦାନ କରିଥିଲେ। ଏହି MPLAD ଫଣ୍ଡରୁ ମଞ୍ଜୁର  ହେଇଥିବା ଟଙ୍କାରେ ଏହି ଚାରି  ଜିଲ୍ଲା ପାଇଁ କରୋନାର ସ୍କ୍ରୀନିଂ ଉପକରଣ କିଣାଯିବ ବୋଲି ସାଂସଦଙ୍କ ଟ୍ବିଟରୁ ଜଣାପଡିଛି। ଏହା ସହିତ ସବୁ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ଦାନ କରିବା ପାଇଁ ଟ୍ବିଟର ମାଧ୍ୟମରେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.