Below header

ରାମାୟଣ ସିରିୟଲର ପୁନଃ ପ୍ରସାରଣକୁ ନେଇ ବିବାଦୀୟ ଟ୍ୱିଟ କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, କହିଲେ ଏମିତି କିଛି

ଏଫଆଇଆର’ ଟିଭି ସିରିୟଲର ଅଭିନେତ୍ରୀ କବିତା କୌସିକ ପୁଣିଥରେ ରାମାୟଣ ସିରିୟଲ ଆରମ୍ଭ ହେବାକୁ ନେଇ ବିବାଦୀୟ ଟ୍ୱିଟ କରିଛନ୍ତି। ଟ୍ୱିଟ ଜରିଆରେ ଅଭିନେତ୍ରୀ ରାମାୟଣର ତୁଳନା ଆଡ଼ଲଟ ଫିଲ୍ମ ସହ କରିଛନ୍ତି। ଏହି ଟ୍ୱିଟ କରିବା ପରେ ଟ୍ରୋଲ ହେବାରେ ଲାଗିଛନ୍ତି।

କବିତା ଟ୍ୱିଟ କରି କହିଛନ୍ତି, ନିଜେ ପାର୍ଲ୍ୟାମେଣ୍ଟରେ ଆଡ଼ଲଟ ଫିଲ୍ମ ଦେଖୁଥିବେ କିନ୍ତୁ ଆମମାନଙ୍କୁ ରାମାୟଣ ଦେଖିବା ପାଇଁ କହୁଛନ୍ତି। କବିତାଙ୍କର ଏଭିଲି ଟ୍ୱିଟ ପରେ ସେ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ଅନେଇ ଲୋକମାନେ ମଧ୍ୟ ତାଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ତୁମେ ଘରେ ବସି ଆଡ଼ଲଟ ଫିଲ୍ମ ଦେଖ। କିଏ ରୋକୁଛି ତୁମକୁ? ତୁମେ କଣ ପ୍ରମାଣ କରିବାକୁ ଚାହୁଁଛ। ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, କଣ ତୁମେ ମୁର୍ଖ, ଯାହା ତୁମେ ବୁଝିପାରୁନ। ମୁଁ ଏହି କଥା କହିବାକୁ ଚାହୁଁଞ୍ଚି ଏ ସେହି ନେତା ଯେ କାମ କରିବା ସମୟରେ ନିଜ ଫୋନରେ ଆଡ଼ଲଟ ଫିଲ୍ମ ଦେଖୁଛନ୍ତି ଏବଂ ଲୋକମାନଙ୍କ ପାଇଁ ପୁଣିଥରେ ଏହି ପୁରୁଣା ସିରିୟଲ ଆରମ୍ଭ କରିଛନ୍ତି।

ଏଥିସହ ଅଭିନେତ୍ରୀ ଜଣକ କହିଛନ୍ତି, ବର୍ତ୍ତମାନ ସମୟରେ ବେଘର ଲୋକମାନଙ୍କ ସାହାଯ୍ୟ ପାଇଁ କିଛି କରିବା ଉଚିତ। ଏହା ସେମାନଙ୍କ କାମ।ଯେଉଁଥିପାଇଁ ସେମାନଙ୍କୁ ଚୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.