Below header

କରୋନା ବିଗାଡ଼ି ଦେଲା ରାଜ୍ୟର ଅର୍ଥନୀତି, ଅବସାଦରେ ଆସି ଆତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ବିଗାଡିଦେଲା ରାଜ୍ୟର ଅର୍ଥନୀତି।  ଏଥିପାଇଁ ଚିନ୍ତାଗ୍ରସ୍ତ କରି ଅତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ ଥୋମାସ ସଫର। କରୋନା ଭାଙ୍ଗିଦେଇଥିବା ଅର୍ଥବ୍ୟବସ୍ଥାକୁ କିପରି ସଜାଡାଯିବ ସେନେଇ ଚିନ୍ତିତ ଥିଲେ ହେସେ ରାଜ୍ୟର ଏହି ୫୪ ବର୍ଷୀୟ ଅର୍ଥମନ୍ତ୍ରୀ। ଯାହା ପରେ ଅବସାଦଗସ୍ତ ଥୋମାସ ଆତ୍ମହତ୍ୟା କରିଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପ୍ରିମିୟର ଓ୍ଵଲକର। ସଫରଙ୍କ ମୃତ ଶରୀର ରେଲଓ୍ଵେ ଟ୍ରାକ ନିକଟରୁ ମିଳିଥିବାର ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପ୍ରିମିୟର ଓ୍ଵଲକର ନିଜ କ୍ୟାବିନେଟ୍ ସହଯୋଗୀଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଓ କହିଛନ୍ତି ଏହା ବିଶ୍ବାସ  ହେଉନାହିଁ ସଫର ଏତେ ଶୀଘ୍ର ଆମକୁ  ଛାଡି ଚାଲିଯିବେ। ତେଣୁ ଏହି ଘଟଣା ନେଇ ଆମେ ଦୁଃଖିତ ଓ ମର୍ମାହତ।

ୱଲକରଙ୍କ କ କହିବା ମୁତାବକ ସଫର ୧୦ ବର୍ଷରୁ ଓ୍ଵଲକରଙ୍କ ଆର୍ଥିକ ସହଯୋଗୀ ଥିଲେ। ସେ କରୋନା ଭାଇରସ୍ କାରଣରୁ କ୍ଷତି ଘଟୁଥିବା ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ଦିନରାତି କାମ କରୁଥିଲେ ଏବଂ କମ୍ପାନୀର କର୍ମଚାରୀଙ୍କୁ ସାହାଯ୍ୟ କରୁଥିଲେ।ସଫର ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଥିଲେ। ଏହା ନିଶ୍ଚିତ ରୂପେ ଆମ ପାଇଁ କଠିନ ସମୟ। ତାଙ୍କ ପରିବାରରେ ପତ୍ନୀ ବ୍ୟତୀତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ବୋଲି ୱଲକର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.