Below header

ଲକ୍‌ ଡାଉନ ଯୋଗୁଁ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷାଧିକ ଓଡ଼ିଆ, ସହାୟତା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂରେ କରାଯାଇଛି ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ ଯୋଗୁ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷେରୁ ଅଧିକ ଓଡ଼ିଆ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲକ୍ଷାଧିକ ଲୋକ ଫସି ରହିଛନ୍ତି । ସେମାନଙ୍କ ସହାୟତା ପାଇଁ କ୍ୟାବିନେଟ୍‌ ସଚିବ ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରାଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି କଣ୍ଟ୍ରୋଲ ରୁମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ୧୫ ହଜାରରୁ ଅଧିକ ବାହାର ରାଜ୍ୟର ଲୋକ ଓଡ଼ିଶାରେ ଅଛନ୍ତି । ସେମାନଙ୍କ ପାଇଁ ଖାଇବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି । ସେଠାକାର ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ସହାୟତା କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.