Below header

କରୋନାକୁ କେବଳ ଜିଣି ପାରିବ ଭାରତ, ଏମିତି କହିଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା : ବିଶ୍ୱର ୨୧୩ ଦେଶରେ କରୋନା ତା’ର କାୟା ବିସ୍ତାର କରିଛି । ଏଥିରେ ଦେଢ଼ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ହାନୀ ଘଟିଛି । ତେବେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ତା ପଛକୁ ରହିଛି ବ୍ରାଜିଲ୍‌ । ଏବେ ଭାରତରେ ମଧ୍ୟ କରୋନା ସଂକ୍ରମଣର ପ୍ରକୋପ ଦେଖିବାକୁ ମିଳିଛି ।

ଆଜି ଗୋଟିଏ ଦିନରେ ଭାରତରେ ୫୦ ହଜାରରୁ ଅଧିକ ଲୋକେ ପଜେଟିଭ ଜଣାପଡ଼ିଛନ୍ତି । ତେବେ ଭାରତ କରୋନାକୁ ହରାଇବାରେ ସଫଳ ହେବ ବୋଲି ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଜେସନ୍‌ଇ(ଡବ୍ଲ୍ୟୁଏଚ୍‌ଓ) ପ୍ରକାଶ କରିଛି । ଡବ୍ଲ୍ୟୁଏଚ୍‌ଓ ର ମୁଖ୍ୟ ଡାକ୍ତର ମାଇକ୍‌ ରୟନ୍‌ ଏକ ପ୍ରେସ୍‌ ମିଟ୍‌ରେ କହିଛନ୍ତି ଯେ ଭାରତୀୟଙ୍କ ପାଖରେ କରୋନା ସହ ଲଢ଼ିବାରେ ଅଦମ୍ୟ ଇଚ୍ଛା ଶକ୍ତି ରହିଛି ।

ଏଥିସହ ଆମେରିକା ଓ ବ୍ରାଜିଲ ମଧ୍ୟ ଶକ୍ତିଶାଳୀ ଓ ସମର୍ଥ ଦେଶ ହୋଇଥିବାରୁ ଏମାନେ ସହଜରେ କରୋନାକୁ ମୁକାବିଲା କରିପାରିବେ । ଏହି ଦେଶସବୁ ନିଜର ଅନ୍ତର୍ନିହିତ ଶକ୍ତି ଯୋଗୁ କରୋନାକୁ ହରାଇବାରେ ସମର୍ଥ ହୋଇ ପାରୁଛନ୍ତି । ଗୁରୁବାରଇ ଡବ୍ଲ୍ୟୁଏଚ୍‌ଓ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୨ ହଜାରକୁ ପାର କରିଛି ।

ସେଠାରେ ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ଉପରେ ଥିବା ଜଣାଯାଇଛି । ବ୍ରାଜିଲ୍‌ରେ କରୋନା ମୃତ୍ୟୁ ୮୨ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ପାର ହୋଇଛି । ସେହିପରି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର୍‌ ହୋଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.