Below header

ଦିଲ୍ଲୀରେ ଗରିବ ଭଡ଼ାଟିଆଙ୍କ ଠାରୁ ଭଡ଼ା ଆଦାୟ ନକରିବାକୁ ମାଲିକମାନଙ୍କୁ କେଜରିଓ୍ଵାଲଙ୍କ ନିବେଦନ

୧-ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାହାଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଏବଂ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି ।

୨-ବିଭିନ୍ନ ରାଜ୍ୟକୁ ଶ୍ରମିକମାନେ ଫେରୁଥିବାରୁ କରୋନା ସଂକ୍ରମଣ ବ୍ୟାପକ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଲ୍‌ କରି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସନ୍ଦିଗ୍‌ଧଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି ।

3

୩-ଗରିବ ଭଡ଼ାଟିଆମାନଙ୍କୁ ଭଡ଼ା ପାଇଁ ବାଧ୍ୟ ନକରିବାକୁ ଦିଲ୍ଲୀ ସରକାର ଘର ମାଲିକମାନଙ୍କୁ ଅନୁରୋଧ କରିଛନ୍ତି । ଯଦି ସେ ଅତି ଗରିବ ହୋଇଥିବ ଏବଂ ଘରଭଡ଼ା ଦେବାକୁ ସମର୍ଥ ହୋଇନଥିବ ତେବେ ସରକାର ଦେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି ।

KEJRIWAL

୪-କରୋନା ବିରୋଧରେ ଲଢ଼େଇ ପାଇଁ ଦେଶର ସମସ୍ତ ସେନାବାହିନୀ କର୍ମଚାରୀ ମିଶି ଦିନକର ଦରମା ଆକାରରେ ୫୦୦ କୋଟି ଟଙ୍କା ଦାନ କରିବେ । ସ୍ଥଳସେନା, ବାୟୁସେନା ଏବଂ ନୌସେନାର କର୍ମଚାରୀ ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୫-ଭାରତୀୟ ରେଳ ବିଭାଗର ବଡ଼ ଘୋଷଣା । ଦେଶର ସମସ୍ତ ରେଳବାଇ ଡାକ୍ତରଖାନାରେ ସବୁ କେନ୍ଦ୍ର କର୍ମଚାରୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯିବ ।

୬-ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଥିବା ଉତ୍ତର ପ୍ରଦେଶର ସମସ୍ତ ଶିଳ୍ପ ସଂସ୍ଥା ତାଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

JOGI

୭-ଗାୟିକା କନିକା କପୁରଙ୍କ ଚତୁର୍ଥ ନମୂନା ମଧ୍ୟ ପଜେଟିଭ୍‌ ଆସିଲା । ପରିବାର ଲୋକଙ୍କ ଅଭିଯୋଗ, ଠିକ୍‌ ଭାବେ ତାଙ୍କର ଚିକିତ୍ସା କରାଯାଉ ନାହିଁ । କନିକା ବିଦେଶରୁ ଫେରିବା ପରେ ତାଙ୍କ ଠାରେ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

KANIKA

୮-ଶ୍ରମିକମାନଙ୍କ ପାଇଁ ରହିବା ଓ ଖାଇବାର ସମସ୍ତ ସୁବିଧା ରାଜ୍ୟ ସରକାର କରିବେ । ଏଥିପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଇଛନ୍ତି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

୯-ଗତ ୨୪ ଘଣ୍ଟାରେ ସ୍ପେନ୍‌ରେ ୮୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

୧୦-ଲକ୍‌ଡାଉନ୍‌ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ପଠାଇଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.