Below header

ଲକଡାଉନ ଯୋଗୁଁ ବାହାର ରାଜ୍ୟର ଶ୍ରମିକଙ୍କୁ ସହାୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ନିଜଆଡୁ ରୁଜୁ କଲେ ଜନସ୍ୱାର୍ଥ ମାମଲା

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନ ଯୋଗୁ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ସହାୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ହାଇକୋର୍ଟ ନିଜଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ବାହାର ରାଜ୍ୟର ଶ୍ରମିକ ଓ ସେମାନଙ୍କ ପରିବାରକୁ ଖାଦ୍ୟ, ମୌଳିକ ସୁବିଧା ଓ ଚିକିତ୍ସା ସେବା ଯୋଗାଇଦେବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନ ଅଭାବ ଦେଖାଦେଲେ ବନ୍ଦ ଥିବା ସ୍କୁଲ ଓ କଲେଜରେ ଶ୍ରମିକଙ୍କୁ ରଖାଯାଇପାରିବ । ଲକ୍‌ ଡାଉନ ହଟିବା ପାଇଁ ଏହି ବ୍ୟବସ୍ଥା ଜାରି ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.