Below header

ବିସିସିଆଇ ସେୟାର କଲା ଚେତେଶ୍ୱର ପୂଜାରାଙ୍କ ପରିବାର ଫଟୋ, ଲୋକଙ୍କୁ କହିଲା, ଘରେ ଏମିତି ରୁହ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କରୋନା ଭାଇରସଠୁ ବଞ୍ଚିବା ପାଇଁ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛି ଏବଂ ଏଥିପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଉଦାହରଣ ଦେଇଛି । ବିସିସିଆଇ ଟୁଇଟ କରି ପୂଜାରାଙ୍କ ଏକ ଫଟୋ ପୋଷ୍ଟ କରିଛି । ଏଥିରେ କ୍ୟାପସନ ଲେଖିଛି ଯେ ପୂଜାରା ପରିବାରଙ୍କ ଭଳି ଆପଣ ବି ଆପଣଙ୍କ ଘରେ ରୁହନ୍ତୁ।

ତେବେ ଏହା ପୂର୍ବରୁ ପୂଜାରା କହିଥିଲେ, ଲକଡାଉନ ବେଳେ ତାଙ୍କର ଅଧା ସମୟ ଝିଅର ଦେଖାଶୁଣାରେ କଟିଯାଉଛି । ଏହାସହ ସେ ତାଙ୍କ ସ୍ତ୍ରୀଙ୍କୁ କାମରେ ସାହାଯ୍ୟ କରୁଛନ୍ତି । ବିସିସିଆଇ ପୂଜାରାଙ୍କ ଉଦାହରଣ ଏଥିପାଇଁ ଦେଇଛି, ଯେପରି ଅନ୍ୟମାନେ ତାଙ୍କଠାରୁ ପ୍ରେରଣା ପାଇପାରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.