କରୋନା ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ଦେବେ ଗୋଟିଏ ଦିନର ଦରମା, ପ୍ରାୟ ୫୦୦ କୋଟି ଟଙ୍କା

କରୋନା ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଯାଇଛି । କରୋନାର ମୁକାବିଲା ପାଇଁ ବହୁମାତ୍ରାରେ ମେଡିକାଲ ସାମଗ୍ରୀର ଆବଶ୍ୟକତା ଠାରୁ ଆରମ୍ଭ କରି ମେଡିକାଲ୍‌ କ୍ଷେତ୍ରରେ କାମ କରୁଥିବା ଛାମୁଆ କର୍ମକର୍ତ୍ତା, କରୋନା ରୋଗୀ, କରୋନା ଟେଷ୍ଟିଂ କିଟ୍‌ ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କୀତ ସଚେତନତା ଆଦି କାର୍ଯ୍ୟରେ ଅପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି ।

ତେଣୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ସବୁ ବର୍ଗରୁ ସହାୟତା ରାଶି ଛୁଟି ଆସୁଛି । ଏହି ଘଡିସନ୍ଧି ମୂହୁର୍ତ୍ତରେ ଦେଶ ଯେପରି ଏକ ହୋଇଯାଇଛି । ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କର୍ମଚାରୀଙ୍କର ଗୋଟିଏ ଦିନର ଦରମା ଦାନ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି ।

ଫଳରେ ୩ ସେନା ବାହିନୀ ସହ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ଦାନ କରିବେ । ଯାହା ପ୍ରାୟ ୫୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ତେବେ କର୍ମଚାରୀମାନଙ୍କର ଗୋଟିଏ ଦିନର ଦରମା ଦାନ କରିବା ଇଚ୍ଛାଧୀନ । ଯଦି କେହି ଚାହିଁବେ ଏଥିରୁ ମୁକ୍ତ ହୋଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.