Below header

କରୋନା ଆଉ ବେଶି ଦିନ ହଇରାଣ କରିବ ନାହିଁ, ଏହାକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର ସେ କଥା ଜାଣନ୍ତୁ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହାକୁ ରୋକିବାକୁ କାହା ପାଖରେ ଅସ୍ତ୍ର ନାହିଁ । ଏହି ଅଦୃଶ୍ୟ ଶତ୍ରୁର ମୁକାବିଲା କରିବାକୁ ମଧ୍ୟ ଅନେକ ଦେଶ ସମର୍ଥ ହେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଚୀନ୍‌ର ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ ଅଧିକ ଭାବେ ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ । ତା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସୁରକ୍ଷା ମୂଳକ ପଦକ୍ଷେପ ନେଇଛନ୍ତି । ଯାହାଫଳରେ ଏବେ ସାରା ଦେଶରେ ଲକ୍‌ଡାଉନ୍‌ । ତେବେ ଲୋକଙ୍କ ଚିନ୍ତା ହେଉଛି କେବେ ଏହାର ପ୍ରତିଷେଧକ ମିଳିବ ଓ ମନରୁ ଭୟ ଦୂର ହେବ । କାରଣ କରୋନା ହେଉଛି ମହାମାରୀ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜ୍ୟୋତିଷମାନେ ତାଙ୍କ ଗଣନା ସାରି କରୋନା କେତେଦିନ ଭାରତ ବର୍ଷରେ ରହିବ ଓ ଏହାର ପ୍ରଭାବ କେତେ ରହିବ ସେ ସବୁ ଜଣାଇ ସାରିଲେଣି ।
ଆପଣଙ୍କର ବିଶ୍ୱାସ ହେଉ ବା ନହେଉ ତେବେ ଜ୍ୟୋତିର୍ବିଦ୍‌ଙ୍କ ଗଣନା ଅନୁସାରେ ଏହା ବିଶେଷ କ୍ଷତିକାରକ ହେବ ନାହିଁ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ବୃହସ୍ପତି ଯେତେବେଳେ ମକର ରାଶିରେ ପ୍ରବେଶ କରିବେ ସେବେଠାରୁ ଏହାକୁ ନେଇ ରହିଥିବା ଭୟ ଦୂର ହେବାରେ ଲାଗିବ ଏବଂ ନିୟନ୍ତ୍ରଣକୁ ମଧ୍ୟ ଆସିବ । ଚିକିତ୍ସା ଦ୍ୱାରା ମଧ୍ୟ ଏହି ରୋଗ ନିୟନ୍ତ୍ରିତ ହୋଇ ପାରିବ । ଗତ ମାର୍ଚ୍ଚ ୨୨ ତାରିଖରେ ମଙ୍ଗଳ ତାର ଉଚ୍ଚ ରାଶି ଶନିରେ ପ୍ରବେଶ କରିବା ଫଳରେ ଦେଶରେ କରୋନାକୁ ନେଇ ଭୟ, ଜନସାଧାରଣ ଓ ସରକାର ମଧ୍ୟରେ ଅସ୍ଥିରତା ଏବଂ ଚିନ୍ତା ସୃଷ୍ଟି ହୋଇଛି । ତେବେ ଏପ୍ରିଲ ୧୩ ତାରିଖ ରାତି ୮.୨୩ ମିନିଟ୍‌ରେ ସୂର୍ଯ୍ୟ ଯେତେବେଳେ ମୀନ ରାଶିରୁ ଯାଇ ତାଙ୍କର ଉଚ୍ଚ ରାଶି ମେଷରେ ପ୍ରବେଶ କରିବ ସେତେବେଳ ଠାରୁ ଏଭଳି ଅସ୍ଥିରତା ଦୂର ହେବ । ସୂର୍ଯ୍ୟଙ୍କ ପ୍ରକୋପରେ ସମସ୍ତ ଭାଇରସ୍‌ ମରିଯିବେ ।

CORONA ASTROLOGY-2

ଗତ ଡିସେମ୍ବର ୨୬ ତାରିଖରେ ଧନୁ ରାଶିର ଷଷ୍ଠ ଗୃହ ଯୋଗ ଏବଂ ସୂର୍ଯ୍ୟ ପରାଗ ହୋଇଥିଲା । ପରାଗ ଯୋଗୁଁ ଏହି ମହାମାରୀ ବ୍ୟାପିଛି । ତେବେ ସୂର୍ଯ୍ୟ ପରାଗର ପ୍ରଭାବ ୯୦ ଦିନ ଯାଏ ରହିବ । ମେ ୧୪ରେ ବୃହସ୍ପତି ବକ୍ର ସ୍ଥିତିରେ ମକର ରାଶିରେ ପ୍ରବେଶ କରିବା ପରେ ଏହି ଭାଇରସ୍‌ ସାରା ବିଶ୍ୱରୁ ଗାଏବ୍‌ ହୋଇଯିବ ।
ଏବେ ଦେଖିବାର କଥା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କରୋନା ଦୂର ହେଉଛି ନା ଚିକିତ୍ସା ବିଜ୍ଞାନ ଦ୍ୱାରା ଶେଷ ହେଉଛି । ତେବେ ଏସବୁକୁ ଛାଡ଼ି ଆମକୁ କେବଳ ଲକ୍‌ଡାଉନ୍‌ ନିୟମ ମାନି ଘରେ ରହିବାକୁ ପଡ଼ିବ । ଯାହା ଏବେ କରୋନା ଠାରୁ ଦୂରରେ ରହିବାର ସବୁଠାରୁ ଭଲ ଉପାୟ । ଯାହା କରୋନାକୁ ନକ୍‌ଡାଉନ୍‌ କରି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.