Below header

ଭାଙ୍ଗିଲେ ଲକଡାଉନର ନିୟମ, ଶହ ଶହ ମାତ୍ରାରେ ମୁସଲିମ ମସଜିଦରେ ପହଞ୍ଚି ମନାଇଲେ ରମଜାନ

ରମଜାନ ଆରମ୍ଭରୁ ଇଣ୍ଡୋନେସିଆ ଓ ପାକିସ୍ତାନର ମୁସଲିମମାନେ ଲକଡାଉନର ନିୟମ ଭାଙ୍ଗି ମସଜିଦ ଖୋଲି ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି । ଇଣ୍ଡୋନେସିଆ ଆଚେ ପ୍ରଦେଶର ଶତାଧିକ ଲୋକ ମସଜିଦରେ ପହଞ୍ଚି ପ୍ରାର୍ଥନା କରିଛନ୍ତି । ଯଦିଓ ଅଧିକାଂଶ ଲୋକ ମାସ୍କ ପିନ୍ଧିଥିଲେ କିନ୍ତୁ ସେଠାରେ ସାମାଜିକ ଦୂରତାକୁ ଅଣଦେଖା କରାଯାଇଥିଲା । ସାରା ବିଶ୍ୱରେ ଲକଡାଉନ କାରଣରୁ ରମଜାନରେ ମସଜିଦରେ ପ୍ରାର୍ଥନା କରିବା ପାଇଁ ବାରଣ କରାଯାଇଛି । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ଇଫତାର ପାଇଁ ମଧ୍ୟ ମନା କରାଯାଇଛି । ମାଲେସିଆ, ବାଂଲାଦେଶ ଏବଂ ପାକିସ୍ଥାନର ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇସଲାମିକ ସମାବେଶ ତଥା ରମଜାନର କିଛି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଛନ୍ତି ।

ଉତ୍ସବ ନୁହେଁ ନିୟମ ପାଳନ କରିବା ଜରୁରୀ

ଇଣ୍ଡୋନେସିଆର ଜଣେ ଗୃହିଣୀ ଫିତରିଆ ଫମେଲା କହିଛନ୍ତି ଯେ “ରମଜାନ ବହୁତ ଅଲଗା । ଏହା ଏକ ପର୍ବ ଭଳି ନୁହେଁ, ମୁଁ ନିରାଶ ଯେ ମୁଁ ମସଜିଦ ଯାଇପାରିବି ନାହିଁ । ଆମେ କ’ଣ କରିପାରିବା ? ବର୍ତ୍ତମାନ ଦୁନିଆ ଅଲଗା ହୋଇ ରହିଛି । ଜୀବନରେ ପ୍ରଥମ ଥର ପାଇଁ ମୁଁ ମସଜିଦ ପରିଦର୍ଶନ କରିପାରିଲି ନାହିଁ କିନ୍ତୁ ନିୟମ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ।”

ଇଣ୍ଡୋନେସିଆରେ କରୋନା ହେବାର ଆଶଙ୍କା ବୃଦ୍ଧି ପାଇଛି କାରଣ ରମଜାନ ଶେଷ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ନିଜ ସହର ଏବଂ ଗ୍ରାମକୁ ଯାତ୍ରା କରିଥାନ୍ତି । ତେବେ ଏହି ଆଶଙ୍କା ଯୋଗୁଁ 26 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ସ୍ଥାନାନ୍ତରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଥିଲେ । ଏହା ସତ୍ତ୍ୱେ ମଧ୍ୟ ଅନେକ ଲୋକ ଯିବାକୁ ପ୍ରସ୍ତୁତ ହୋଇ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.