ଲକଡାଉନ କଟକଣା ଭିତରେ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର, ଆଜିଠୁ ସର୍ତ୍ତମୂଳକ ଭାବେ ସାରା ଦେଶରେ ଖୋଲିବ ଦୋକାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଏବଂ ମୁନିସିପାଲିଟିରେ ସପିଂ ମଲ୍‌ କିମ୍ବା ସପିଂ କମ୍ଲେକ୍ସ ଖୋଲିବ ନାହିଁ । ସିଙ୍ଗଲବ୍ରାଣ୍ଡ ମଲ୍‌ ମଧ୍ୟ ଖୋଲିବ ନାହିଁ । ହେଲେ ଅଣ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ରେସିଡେଣ୍ଟାଲ କମ୍ପ୍ଲେକ୍ସ ଓ ମାର୍କେଟ୍‌ କମ୍ପ୍ଲେକ୍ସ ଖୋଲା ରହିବ ।

noticeହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ରେ ଦୋକାନ ଖୋଲିବ ନାହିଁ । ଲକ୍‌ଡାଉନ୍‌ ବେଳେ ଯେଉଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା, ସେହି ଦୋକାନ ଖୋଲା ରହିବ । ଦୋକାନରେ କେବଳ ୫୦ ପ୍ରତିଶତ ଲୋକ କାମ କରିପାରିବେ । କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବେ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.