Below header

ଝରକା ତାଡ଼ି ୧୯ କରୋନା ସଂକ୍ରମିତ ଫେରାର, ଚିନ୍ତାରେ ପ୍ରଶାସନ

ରାୟଗଡା: ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ସେମାନଙ୍କ ମନମାନି ଥମିବାର ନାଁ ଧରୁନି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ବୁଧବାର ୧୯ ଜଣ ଫେରାର ହୋଇଯାଇଛନ୍ତି। ଝରକା ତାଡ଼ି ସେମାନେ ଚାଲିଯାଇଥିବା ଜଣାଯାଇଛି। ଫେରାର ବ୍ୟକ୍ତିଙ୍କ ମଧ୍ୟରୁ ୧୭ ଜଣ ପଞ୍ଜାବର ହୋଇଥିବା ବେଳେ ୨ ଜଣ ଉତ୍ତର ପ୍ରଦେଶର ବୋଲି ସୂଚନା ମିଳିଛି।

ଲକଡାଉନ ପରେ ମାର୍ଚ୍ଚ ୩୦ରୁ ଓଡିଶା ଆସୁଥିବା ୧୯ ଜଣଙ୍କୁ ଏଠାରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସେଠାରେ ସିଆରପିଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। କିନ୍ତୁ ସମସ୍ତ ସୁରକ୍ଷା ଭାଙ୍ଗି କରୋନା ସଂକ୍ରମିତ ୧୯ ଜଣ କୁଆଡ଼େ ଫେରାର ହୋଇଯାଇଥିବାରୁ ସେନା ବାହିନୀର କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି।

Coronavirus Treatment Could Lie in Existing Drugs

ସୂଚନାଯୋଗ୍ୟ ଯେ ଏହି ସଙ୍ଗରୋଧ କେନ୍ଦ୍ରକୁ ଏପ୍ରିଲ ୧ ତାରିଖରେ ଜିଲ୍ଲାପାଳ ଗସ୍ତ କରିଥିଲେ ସେତେବେଳେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.