Below header

ଆସନ୍ତା ଅଗଷ୍ଟ ମାସ ୧୪ରେ ଶିବ ଚତୁର୍ଦ୍ଦଶୀ, ଏହି ୪ଟି ରାଶିଙ୍କ ପାଇଁ ରହିଛି ଖୁବ୍‌ ଭଲ 

ଭଗବାନ ଶିବଙ୍କ ପୂଜା ପାଇଁ ତ ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ପଡିଥାଏ କିନ୍ତୁ ଶ୍ରାବଣ ମାସର ଚତୁର୍ଦ୍ଦଶୀ ଦିନ ଭଗବାନ ଶିଙ୍କରଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ମହାଶିବ ଚତୁର୍ଦ୍ଦଶୀରେ ଶୈବ ଭକ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ବିଧି-ବିଧାନର ସହ ପୂଜା କରିଥାନ୍ତି। ଏହିଦିନ ଭଗବାନ ଶଙ୍କରଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରାଯାଇଥାଏ।

ଭଗବାନ ଶିବଙ୍କ ପୂଜା ପାଇଁ ତ ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ପଡିଥାଏ କିନ୍ତୁ ଶ୍ରାବଣ ମାସର ଚତୁର୍ଦ୍ଦଶୀ ଦିନ ଭଗବାନ ଶିଙ୍କରଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ମହାଶିବ ଚତୁର୍ଦ୍ଦଶୀରେ ଶୈବ ଭକ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ବିଧି-ବିଧାନର ସହ ପୂଜା କରିଥାନ୍ତି । ଏହିଦିନ ଭଗବାନ ଶଙ୍କରଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରାଯାଇଥାଏ। ଏହି ଦିନ ଭକ୍ତମାନେ ଗଙ୍ଗାଜଳ, କ୍ଷୀର, ମହୁ ଏବଂ ଆଖୁ ରସରେ ମହାଦେବଙ୍କୁ ରୁଦ୍ରାଭିଷେକ କରିଥାନ୍ତି । ତେବେ ଚଳିତ ବର୍ଷ ଯୋଡା ଶ୍ରାବଣ ପଡୁଥିବାର ଗତ ଜୁଲାଇ ୧୫ ତାରିଖରେ ଶିବ ଚତୁର୍ଦ୍ଦଶୀ ପଡିଥିବାବେଳେ, ଅଗଷ୍ଟ ମାସ ୧୪ ତାରିଖ ଆଉ ଏକ ଶିବ ଚତୁର୍ଦ୍ଦଶୀ ପଡୁଅଛି । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆସନ୍ତା ଏହି ପବିତ୍ର ଶିବ ଚତୁର୍ଦ୍ଦଶୀରେ କିଛି ରାଶି ପାଇଁ ଖୁବ୍‌ ଭଲ ରହିଛି।

mahadev

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି . . .

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ଦିନଟି ଖୁବ୍‌ ଭଲ ରହିବ । ବ୍ୟବସାୟରେ ଲାଭ ଉନ୍ନତି ହେବା ସହ ଆୟ କରିବାର ରାସ୍ତା ଖୋଲିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ମନରେ ଥିବା ଇଛା ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ଭଲ ଫଳ ପ୍ରାପ୍ତି ହେବ। ଆଗରୁ ଥିବା ରୋଗ ମଧ୍ୟ ଭଲ ହୋଇଯିବ। ବୈବାହିକ ଜୀବନ ସୁଖମୟ ହେବ। ଖାଲି ଏତିକି ଉପଦେଶ ଦେବୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ: ଏହି ବର୍ଷ ଶ୍ରାବଣ ମାସ ଆପଣଙ୍କ ଜୀବନରେ ଖୁସି ନେଇ ଆସିଛି । ଶିବଙ୍କର କୃପା ଆପଣଙ୍କ ଉପରେ ରହିବ । ଆଧ୍ୟାତ୍ମିକ ଦିଗରେ ଆପଣ ମନ ବଳାଇବେ । ବ୍ୟବସାୟରେ ଲାଭ ଉନ୍ନତି ହେବା ସହ ଆୟ ପରିମାଣ ବଢିବ । ଅଟକି ରହିଥିବା ଧନ ପାଖକୁ ଆସିବ । ପରିବାରରେ ଖୁସିର ମାହୋଲ ରହିବ ।

ସିଂହ: ଆପଣ ସେହି ଭାଗ୍ୟବାନ ରାଶି ମାନଙ୍କ ଭିତରୁ ଗୋଟେ ଯାହାଙ୍କ ଉପରେ ଶିବରଙ୍କ ବିଶେଷ ରୂପେ କୃପା ରହିବ । ବୈବାହିକ ଜୀବନ ସୁଖମୟ ହେବ । ଅଟକି ଥିବା କାମ ପୂରଣ ହେବ । କାର୍ଯ୍ୟାଳୟରେ ଅନୁକୁଳ ପରିବେଶ ପାଇବେ । ପରିବାରରେ ସୁଖ ଶାନ୍ତି ଫେରିବ । ଆପଣଙ୍କ ଉପସ୍ଥିତି ସବୁ ସ୍ଥାନରେ ପରୀଲିକ୍ଷିତ ହେବ । ସମସ୍ତଙ୍କ ପ୍ରିୟ ପାତ୍ର ହେବେ ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁବ୍‌ ଭଲ ରହିଛି। ଏହି ରାଶିର ବ୍ୟକ୍ତିମାନେ କିଛି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସେହିଭଳି ଏହି ରାଶିର ଅବିବାହିତ ଝିଅ ମାନଙ୍କୁ ମଧ୍ୟ ଯୋଗ୍ୟ ବରପାତ୍ର ମିଳିବାର ସୌଭାଗ୍ୟ ରହିଛି। ଭବିଷ୍ୟତରେ ସଫଳତା ପାଇବେ। ଆଇନ କ୍ଷେତ୍ରରେ ଆପଣଙ୍କର ବିଜୟ ହେବ। ଏହି ସମୟର ଭରପୁର ମଜା ଉଠାନ୍ତୁ ପରିବାର ସହ ସମୟ ଅତିବାହାତ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.