ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା

ଅପରାଧୀ ପାଖରୁ କାର୍ବାଇନ ଜବତ । 9 MM କାର୍ବାଇନ ସହ ୧୯ଟି ଗୁଳି ଜବତ କମିଶନରେଟ ପୋଲିସ । ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ।

ଅପରାଧୀ ପାଖରୁ କାର୍ବାଇନ ଜବତ । 9 MM କାର୍ବାଇନ ସହ ୧୯ଟି ଗୁଳି ଜବତ କମିଶନରେଟ ପୋଲିସ । ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ। ସଞ୍ଜୟ ଖୁଣ୍ଟିଆ ସହ ଆଉ ତିନି ସହଯୋଗୀଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ବାଡ୍ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା। ସେତିକି ବେଳେ ଧରିଲା ସ୍ପେଶାଲ ସ୍କ୍ବାଡ୍। ଏହି ଗ୍ୟାଙ୍ଗ ଖଣି କାରବାରରେ ଲିପ୍ତ ରହୁଥିଲେ।

କ୍ରସର ଓ ଷ୍ଟୋନ କ୍ବାରିରେ ଏମାନେ ସମସ୍ତେ କାମ କରନ୍ତି। ସେମାନଙ୍କଠାରୁ ନାଇନ ଏମଏମ କାରବାଇନ ସହ ୧୨ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଜବତ ନାଇନ ଏମଏମ କରବାଇନକୁ ଏସଏଫଏସଏଲକୁ ପଠାଇବ କମିସନରେଟ ପୁଲିସ ।

ସଞ୍ଜୟ ଖୁଣ୍ଟିଆ ଜଣେ ପେସାଦାର ଅପରାଧୀ, ତା ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ସହ ଆର୍ମସ ଆକ୍ଟରେ ଅନେକ ଅପରାଧିକ ମାମଲା ରହିଛି। ଗୋଟିଏ କାରବାଇନ, ୨ ଟି ପିସ୍ତଲ, ୪ଟି ମାଗାଜିନ, ୩ଟି କାର,୭ଟି ମୋବାଇଲ ଓ ୧୯ଟି ଗୁଳି ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.