Below header

ବିଗବସରେ ନିଜ ପୁରୁଷ ବନ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ କୋଏନା ମିତ୍ର

ଏହି ବର୍ଷ ବିଗବସ ର ୧୩ ତମ ବା ତ୍ରୟୋଦଶତମ ସିଜିନ ଚାଲିଛି । ଏଥିରେ ମଧ୍ୟ ବଲିଉଡ଼ ଅଭିନେତା ସଲମାନ ଖାନ ସୋ’ ଟିକୁ ପରିଚାଳନା କରୁଛନ୍ତି । ଏଥର ମଧ୍ୟ ଦର୍ଶକ ମାନେ ସୋ’  ର ପ୍ରତି ଏପିସୋଡ଼କୁ ଭରପୁର ଉପଭୋଗ କରୁଥିବା ଜଣାପଡିଛି । ଏହା ସହ ଦର୍ଶକ ମାନେ ସୋ’  ରେ ପ୍ରତିଯୋଗୀ ମାନଙ୍କ ଭିତରେ ଥିବା ଲଭ ଟ୍ରାଇଙ୍ଗଲ ସମେତ ସେମାନଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ ଝଗଡା କୁ ମଧ୍ୟ ଭରପୁର ମାତ୍ରାରେ ଉପଭୋଗ କରୁଛନ୍ତି । ଏହା ସହ ପ୍ରତିଯୋଗୀ ମାନେ ନିଜ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମଧ୍ୟ ବହୁ ରୋଚକ ଭରା କଥାର ଖୁଲାସା କରୁଛନ୍ତି ।

 

ଶୋ’ର ୬ଷ୍ଠ ଦିନରେ ଅନ୍ୟ ଏକ ପ୍ରତିଯୋଗୀ ତଥା ଲୋକପ୍ରିୟ ଅଭିନେତ୍ରୀ କୋଏନା ମିତ୍ର ନିଜ ପୂର୍ବ ବୟ ଫ୍ରେଣ୍ଡଙ୍କ ସମ୍ବନ୍ଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏକ ଏପିସୋଡ଼ରେ କୋଏନା ମିତ୍ର କହିଥିଲେ କି ତାଙ୍କର ପୂର୍ବ ପୁରୁଷ ବନ୍ଧୁଙ୍କ ସହ ତାଙ୍କ ସମ୍ପର୍କ ସେତେଟା ଭଲ ନଥିଲା । ତାଙ୍କର ୭ ବର୍ଷ ପୂର୍ବରୁ ତୁର୍କୀର ଏକ ବ୍ୟକ୍ତି ଙ୍କ ସହ ସମ୍ବନ୍ଧ ଥିଲା । ଏହି ସମ୍ପର୍କ ପ୍ରଥମେ ପ୍ରଥମେ ଭଲରେ ଚାଲିଥିଲେ ମଧ୍ୟ ଶେଷ ସମୟରେ ସମ୍ପର୍କରେ ତିକ୍ତତା ଭରି ଯାଇଥିଲା । ଆଉ ମଧ୍ୟ କୋଏନା କହିଥିଲେ ପ୍ରଥମେ ପ୍ରଥମେ ସବୁକିଛି ବେଶ ସୁରୁଖୁରୁରେ ଚାଲିଥିଲେ ମଧ୍ୟ ପରେ କିନ୍ତୁ ପରେ ସବୁ ଯେମିତି ଓଲଟା ପଲଟ ହୋଇଯାଇଥିଲା ।

ଏହା ସହ ପଢନ୍ତୁ:  ବିଗବସ 13, ପ୍ରତିଯୋଗୀ ମାନଙ୍କୁ ମିଳିବ ଗୁଡ଼ ନ୍ୟୁଜ

ଧୀରେ ଧୀରେ ତାଙ୍କ ବନ୍ଧୁ ଯେମିତି ତାଙ୍କ ସହ ଅଜବ ପ୍ରକାରର ବ୍ୟବହାର କରିବାକୁ ଲାଗିଲେ । ତାଙ୍କୁ ନେଇ ଅତ୍ୟଧିକ ସମ୍ବେଦନଶିଳ ହୋଇଗଲେ । ଏମିତିକି କୋଏନାଙ୍କୁ ଥରେ ସେ ନିଜ ଘର ବାଥରୁମରେ ହିଁ ବନ୍ଦ କରିଦେଇଥିଲେ । ଯାହା ଦ୍ୱାରା କୋଏନା କେବେ ଆଉ କାମକୁ ଯାଇପାରିବେ ନାହିଁ । ଏହା ସହ ସେ ଥରେ ଧମକ ମଧ୍ୟ ଦେଇଥିଲେ କି ଯଦି ଆଉ କେବେ ତୁର୍କୀ ଆସନ୍ତି ତେବେ କୋଏନାଙ୍କ ପାସ ପୋର୍ଟକୁ ଜାଳିଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.