Below header

ନ୍ୟୁୟର୍କ ରାସ୍ତାରେ ବ୍ୟାୟାମ କରୁଛନ୍ତି ଅମିତାଭଙ୍କ ନାତୁଣୀ, ଭାଇରାଲ ହେଉଛି ଭିଡ଼ିଓ

ବଲିଉଡ୍‌ ଶେହେନ୍ସା ଭାବେ ପରିଚିତ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ନଥିଲେ ମଧ୍ୟ ତାଙ୍କ ଫଟୋ ଓ ଭିଡ଼ିଓ କିନ୍ତୁ ପ୍ରାୟତଃ ଭାଇରାଲ ହୋଇଥାଏ। ଏବେ ସୋସିଆଲ ମିଡ଼ିଆରେ ନବ୍ୟାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଆମେରିକାର ରାସ୍ତାରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆରେ ଏହି ଷ୍ଟାର କିଡ୍‌ଙ୍କ ଫିଟ୍‌ନେସ୍‌ ଭିଡ଼ିଓ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି।

 

 

View this post on Instagram

 

#outdoorworkout . . . . . . . . #navyananda #navyanavelinanda

A post shared by Navya Naveli Nanda (@naavyananda) on

ନବ୍ୟା ବର୍ତ୍ତମାନ ନ୍ୟୁୟର୍କର ଫୋରଡମ୍‌ ୟୁନିଭର୍ସିଟିର ଛାତ୍ରୀ। ପ୍ରାୟ ସମୟରେ ନବ୍ୟା ରାସ୍ତାରେ ଏକ୍ସରସାଇଜ୍‌ କରୁଥିବା ଦେଖିବାକୁ ମିଳେ। କିିଛି ଦିନ ତଳେ ନବ୍ୟାଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ସେଥିରେ ନବ୍ୟା ନିୟନ୍‌ ଗ୍ରୀନ୍‌ ଟପ୍‌ ଏବଂ ଗ୍ରେ ଟାଇଟ୍ସ ପିନ୍ଧିଥିଲେ। ଭିଡ଼ିଓକୁ ଦେଖିଲେ ନବ୍ୟା ଫିଟ୍‌ନେସ୍‌ ପ୍ରତି ଅଧିକ ଯତ୍ନବାନ୍‌ ଥିବା ଜଣାଯାଉଛି।

 

 

View this post on Instagram

 

#fitness . . . . . .#navyananda #navyanavelinanda

A post shared by Navya Naveli Nanda (@naavyananda) on

ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଓ ନିଖିଳ ନନ୍ଦାଙ୍କ ଝିଅ ହେଉଛନ୍ତି ନବ୍ୟା ନବେଲୀ ନନ୍ଦା। କିଛି ଦିନ ତଳେ ‘ମଲାଲ’ ଅଭିନେତା ମିଜାନ ଜାଫରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏ ସମ୍ପର୍କରେ ଜାଫରୀ ସିଧାସିଧା ମନା କରିବା ସହ ନବ୍ୟା ତାଙ୍କର ଜଣେ ବନ୍ଧୁ ବୋଲି କହିଥିଲେ।

ଏହାସହ ପଢନ୍ତୁ: ଯାହାଙ୍କର ସ୍ୱର ବିଗ୍‌ବସ୍‌ରେ କରେ ରାଜ୍‌, ଜାଣନ୍ତୁ ସେ କିଏ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.