ସମ୍ବଲପୁର: ଆଇନ ଆଖିରେ ଧୂଳି, ଟ୍ରାଫିକ୍ ଫାଇନରୁ ବର୍ତ୍ତିବା ପାଇଁ ତିଆରି ହୋଇଛି ବେଆଇନ ହ୍ଵାଟସପ୍ ଗ୍ରୁପ୍
![illegal whatsapp grp](https://knewsodisha.com/wp-content/uploads/2019/09/illegal-whatsapp-grp.jpg)
ସମ୍ବଲପୁର (କେନ୍ୟୁଜ୍) : ନୂଆ ମୋଟର ଯାନ ଆଇନ ଲାଗୁ ପରେ କଡ଼ାକଡ଼ି ହୋଇଛି ନିୟମ । ଟ୍ରାଫିକ୍ ନିୟମ ଉଂଲ୍ଲଘନକାରୀଙ୍କ ଉପରେ ଲାଗୁଛି କଡ଼ା ଫାଇନ୍ । ହେଲେ ଏଥିରୁ ବର୍ତ୍ତିବା ପାଇଁ ସମ୍ବଲପୁରର କିଛି ଯୁବକ ତିଆରି କରିଛନ୍ତି ଏକ ବେଆଇନ ହ୍ଵାଟସପ୍ ଗ୍ରୁପ୍ । ଯାହାର ନା ରହିଛି ଟ୍ରାଫିକ୍ ଚେକିଂ ଗ୍ରୁପ୍ । କେଉଁ ସ୍ଥାନରେ ଓ କେତେବେଳେ ପୋଲିସ ଚେକିଂ କରୁଛି ସେସବୁ ତଥ୍ୟକୁ ଏହି ହ୍ଵାଟ୍ସଆପ୍ ଗ୍ରୁପ୍ରେ ଦେବାକୁ କୁହାଯାଇଛି । ଫଳରେ ଗ୍ରୁପର ସଦସ୍ୟ ମାନେ ନିଜ ନିଜ ଅଞ୍ଚଳର ଲୋକଙ୍କୁ ପୋଲିସ ଚେକିଂ ସମ୍ପର୍କିତ ତଥ୍ୟ ଦେଇପାରିବେ । ଏହି ଘଟଣା ଏବେ ଭାଇରାଲ୍ ହେବା ପରେ ପୋଲିସ ସ୍କାନରକୁ ଆସିଛି ଏହି ଗ୍ରୁପ୍ । ଏହି ହ୍ଵାଟ୍ସଆପ୍ ଗ୍ରୁପ୍ର ଆକ୍ଟିଭିଟି ଉପରେ ନଜର ରଖିଛି ପୋଲିସ ।