ରିସର୍ଚ୍ଚରୁ ହେଲା ଖୁଲାସା! ଅଧିକ ଥର ବିବାହ କରୁଥିବା ମହିଳା ରୁହନ୍ତି ସର୍ବଦା ଖୁସି

ପାଶ୍ଚାତ୍ୟ ସଭ୍ୟତାରେ ବିବାହ କରିବାକୁ ବୋଝ ବୋଲି ଧରାଯାଏ ନାହିଁ। ବିଦେଶରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଥାଏ, ଯେଉଁଠି ସ୍ୱାମୀ-ସ୍ତ୍ରୀ ବୈବାହିକ ଜୀବନରେ ଥରେ ଦୁଇଥର ପରସ୍ପରକୁ ମଉକା ଦିଅନ୍ତି, ତଥାପି ଯଦି ସେମାନଙ୍କ ସମ୍ପର୍କ ଠିକ୍‌ ଚାଲେ ନାହିଁ, ତା’ହେଲେ ସେମାନେ ସମ୍ପର୍କରୁ ବାହାରିଯିବାକୁ ପସନ୍ଦ କରନ୍ତି। କିନ୍ତୁ ସେମାନଙ୍କ ଏହି ଭାବନାକୁ ଅନ୍ୟ ସଭ୍ୟତାର ଲୋକେ ଠିକ୍‌ ବୋଲି ଭାବନ୍ତିନି। ପାଶ୍ଚାତ୍ୟ ସଭ୍ୟତାର ଏହି ବ୍ୟବହାରକୁ ନେଇ ଏବେ ଏବେ ଏକ ରିସର୍ଚ୍ଚ କରାଯାଇଛି। ଏଥିରୁ ଖୁଲାସା ହୋଇଛି କି, ଯଦି ନିଜର ନିଷ୍ପତ୍ତି ଅନୁସାରେ ମହିଳାମାନେ ଅନେକ ବିବାହ କରିଥାଆନ୍ତି, ତା’ହେଲେ ସେମାନଙ୍କ ଜୀବନରେ ଦୁଃଖ କମ୍‌ ହୋଇଥାଏ।

wo1

 

ରିସର୍ଚ୍ଚ ଅନୁସାରେ, ଏମିତି କରିବାରେ ମହିଳାଙ୍କୁ ଆର୍ଥିକ ସହାୟତା ସହିତ ଦୁଃଖ-ସୁଖ ବାଣ୍ଟିବାକୁ କେହି ଜଣେ ମିଳିଯାଇଥାଏ, ଯଦ୍ଦ୍ଵାରା ସେମାନଙ୍କ ବୟସ ମଧ୍ୟ ଲମ୍ବା ହୋଇଯାଏ। କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିର ଜଣେ ଗବେଷକ ଡେଭିସଙ୍କ ମୁତାବକ, ମହିଳାଙ୍କ ପ୍ରଜନନ କ୍ଷମତା ପୁରୁଷଙ୍କ ତୁଳନାରେ ଅଧିକ ହୋଇଥାଏ। ଏମିତି ବିବାହ ସଫଳ ନ ହେଲେ ସେମାନେ ଦ୍ୱିତୀୟ ବିବାହ କରିବାରେ ଅଧିକ ଖୁସି ରହିଥାଆନ୍ତି।ରିସର୍ଚ୍ଚର ବୋରଗେର୍‌ହାମ୍ଫ ମୁଲ୍ଡର ପ୍ରଥମେ ଜନ୍ମ, ମୃତ୍ୟୁ, ବିବାହ ଏବଂ ଛାଡ଼ପତ୍ର ଉପରେ ତଥ୍ୟ ଉପସ୍ଥାପନ କରିବା ସହ ଏହାର ପରିସଂଖ୍ୟନ ବାହାର କରିଥିଲେ। ପଶ୍ଚିମ ତାଞ୍ଜାନିଆରେ ଏହି ରିସର୍ଚ୍ଚ କରାଯାଇଥିବା ବେଳେ ଏଥିପାଇଁ ପାଖାପାଖି ୨୦ ବର୍ଷ ସମୟ ଲାଗିଥିଲା।