ଚଳିତବର୍ଷର ସବୁଠାରୁ ଅଧିକ ଚର୍ଚ୍ଚିତ ସେଲିବ୍ରିଟି, ବାଜି ମାରିନେଲେ ଅମିତାଭ ଏବଂ ସୋନାକ୍ଷୀ

ଆଉ ଦିନ କେଇଟା ପରେ ନୂଆବର୍ଷ ଆସିଯିବ। ଏହାପୂର୍ବରୁ ସୋସିଆଲ ମିଡିଆରେ ନୂଆବର୍ଷକୁ  ନେଇ ହଲଚଲ ସୃଷ୍ଟି ହୋଇଛି। ଟ୍ଵିଟ୍‌ର ଇଣ୍ଡିଆ ପକ୍ଷରୁ #ThisHappened2019 ନାମରେ ହ୍ୟାସଟ୍ୟାଗ ଆରମ୍ଭ କରିଛି। ଏହି ହ୍ୟାସଟ୍ୟାଗ ଜରିଆରେ ଟ୍ଵିଟର ମନୋରଂଜନ ଜଗତର କେଉଁ କଳାକାର ଚଳିତ ବର୍ଷ ସବୁଠାରୁ ଅଧିକ ଟ୍ଵିଟ୍‌ କରିଛନ୍ତି, ତାହା ଜାଣିବାକୁ ମିଳିଛି। ଏହି ତାଲିକାରେ ପ୍ରଥମ ନାମ ଅମିତାଭ ବଚ୍ଚନ ଏବଂ ସୋନାକ୍ଷୀ ସିହ୍ନାଙ୍କ ରହିଛି।

tweet

ଅମିତାଭ ଏବଂ ସୋନାକ୍ଷୀ ୨୦୧୯ରେ  ସବୁଠାରୁ ଅଧିକ ଟ୍ଵିଟ୍‌ କରିଛନ୍ତି। ଟ୍ଵିଟର ପକ୍ଷରୁ ଜାରି ହୋଇଥିବା ମହିଳା ଲିଷ୍ଟରେ ପ୍ରଥମେ ସୋନାକ୍ଷୀ ସିହ୍ନା ପରେ ଲତା ମଙ୍ଗେସକର, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ନାମ ସାମିଲ ରହିଛି। ସେହିଭଳି ପୁରୁଷ ଲିଷ୍ଟରେ ଅମିତାଭଙ୍କ ପରେ ଅକ୍ଷୟ କୁମାର, ସଲମାନ ଖାନ, ବିକି କୌଶଲ, ଏଆର ରେହମାନ ଏବଂ ଶାହରୁଖଙ୍କ ନାମ ରହିଛି। କେବଳ ବଲିଉଡ ନୁହେଁ ଟ୍ଵିଟ୍‌ର ଇଣ୍ଡିଆରେ ରାଜନୀତି ଏବଂ ଖେଳ ଜଗତର ନାମ ମଧ୍ୟ ଜାରି କରିଛି।

ଏମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି, ବିରାଟ କୋହଲି, ପିଭି ସିନ୍ଧୁଙ୍କ ନାମ ମଧ୍ୟ ସାମିଲ ରହିଛି। ସୂଚନାଯୋଗ୍ୟ, ଅମିତାଭ ବ୍ରହ୍ମାସ୍ତ୍ରର ସୁଟିଂ କରୁଥିବା ବେଳେ ସୋନାକ୍ଷୀ ସିହ୍ନା ଦବଙ୍ଗ ୩’ ଫିଲ୍ମରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.