Below header

ମୋବାଇଲ ଗେମ ଖେଳୁ ଖେଳୁ କେମିକାଲ ପିଇଲେ ଯୁବକ, ତାପରେ କଣ ହେଲା ଜାଣନ୍ତୁ

ମୋବାଇଲ ଗେମ ଖେଳୁଥିବା ସମୟରେ ବହୁ ଜଣଙ୍କର ଜୀବନ ଯାଉଥିବା ଘଟଣା ମାନ ସାମ୍ନାକୁ ଆସିଲାଣି । ଛୋଟ ପିଲା ଓ ଯୁବକ ମାନଙ୍କୁ ଏହି ଗେମ ଗୁଡିକ ପାଇଁ ଅଧିକ ପ୍ରଭାବିତ କରିଥାଏ । ଏହି କାରଣରୁ ଭାରତର କେତେ ଗୁଡିଏ ରାଜ୍ୟ ଓ କେତେ ଗୁଡିଏ ଦେଶରେ ମଧ୍ୟ ଏହି ମୋବାଇଲ ଖେଳ (PUBG) ଉପରେ ପ୍ରତିବନ୍ଧକ ଲଗାଯାଇଛି । ହେଲେବି ଲୋକଙ୍କ  ପାଗଳାମି କମୁନାହିଁ । ଏମିତିକି ଏହି ପାଗଳାମି ଲୋକଙ୍କ ଜୀବନ ନେଉଛି । ଏମିତି ହିଁ ଏକ ସମାନ ଧରଣର ଘଟଣା ନିକଟରେ ଆଗ୍ରାରେ ଦେଖାଦେଇଛି । ଏଠାରେ ପବଜି ଗେମ ଖେଳୁ ଖେଳୁ ଯୁବକଙ୍କୁ ନିଜ ଜୀବନ ମଧ୍ୟ ହରାଇବାକୁ ପଡିଛି । ଘଟଣାକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ସୂଚନା ଅନୁଯାୟୀ ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଯୁବକ ଜଣକ ପବଜି ଗେମ ଖେଳୁ ଥିଲେ । ଏହି ସମୟରେ ଅନ୍ୟମନସ୍କ ହୋଇ ଏକ କେମିକାଲ ବୋତଲ ପିଇଦେଇଥିଲେ । ଏକ ସାଧାରଣ ପାନୀୟ ବୋଲି ଭାବି ଯୁବକ ଜଣକ ଏହାକୁ ପିଇଦେଇଥିବା ସାଙ୍ଗସାଥି ଓ ପରିବାର ବର୍ଗ ଦାବି କରିଛନ୍ତି । ଘଟଣା ଘଟିବାର ଅଳ୍ପ ସମୟ ଭିତରେ ଯୁବକଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଜୀବନ ବଂଚାଇବାରେ ସଫଳ ହୋଇପାରି ନଥିଲେ । ଏହି କାରଣରୁ ହିଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗ୍ରା କେଣ୍ଟ ଜିଆରପି ଏହି ପୂରା ଘଟଣାର ତଦନ୍ତ ପ୍ରକ୍ରିୟା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.