ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା, ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା। ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ ଆଗତ କରି ଏହାକୁ ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି, ବିଲ୍‌ ଆଇନରେ ପରିଣତ ହେଲେ ଦେଶର କୋଟି କୋଟି ଲୋକ ଉପକୃତ ହେବେ । ବିଲରେ ଥିବା ପ୍ରାବଧାନ ଅନୁସାରେ ବହୁ ଶରଣାର୍ଥୀଙ୍କୁ ବିତାଡିତ ହେବାରୁ ମୁକ୍ତି ପାଇବେ। ସଂଖ୍ୟାଲଘୁଙ୍କ ଉପରେ ଧାର୍ମିକ ଅସହିଷ୍ଣୁତା ହେବା କାରଣରୁ ଅନେକ ଭାରତ ଚାଲି ଆସିଛନ୍ତି। ସେମାନଙ୍କୁ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରେ ନାଗରିକ ସୁବିଧା ମିଳିନଥିଲା। ଏହି ବିଲ ପାରିତ ହେବା ପରେ ହିନ୍ଦୁ, ଜୈନ, ଶିଖ, ବୌଦ୍ଧ, ଖ୍ରୀଷ୍ଟିଆନ, ପାର୍ସି ଶରଣାର୍ଥୀଙ୍କୁ ଆଶ୍ୱସ୍ତି ମିଳିବ। ତେବେ ମୁସଲିମ ସଂପ୍ରଦାୟଙ୍କୁ ଏନେଇ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ଅମିତ ଶାହା କହିଛନ୍ତି। ସେପଟେ ବିଲ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା। ପୂର୍ବ ବିଲ ଓ ସଂଶୋଧିତ ବିଲ ମଧ୍ୟରେ ବହୁ ପ୍ରଭେଦ ରହିଛି। ବିଲକୁ ଏତେ ତରବରିଆ ଭାବେ କାହିଁକି ଆଗତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ସଂସଦୀୟ କମିଟି ନିକଟକୁ ପଠାଯାଇନଥିବାରୁ ସେ ପ୍ରଶ୍ନ ଉଠାଇଛନ୍ତି। ୭୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ବିଲ ବିରୋଧ ଯୋଗ୍ୟ ହୋଇଛି । ଏହା ସାମ୍ବିଧାନିକ ଓ ନୈତିକ ଆଧାରରୁ ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଆନନ୍ଦ ଶର୍ମା। ବିଲ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବ। ଦେଶ ବିଭାଜନ ବେଳେ ସମ୍ବିଧାନ ଓ ନାଗରିକତା ଉପରେ ବ୍ୟାପକ ଚର୍ଚ୍ଚା ହେବା ପରେ ବିଲ ପ୍ରସ୍ତୁତ ହୋଇଥିଲା ବୋଲି କହିଛନ୍ତି ଆନନ୍ଦ ଶର୍ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.