Below header

ଏହି ଲୋକମାନଙ୍କୁ ପୃଥିବୀ ଉପରେ ବୋଝ ବୋଲି କହିଛନ୍ତି ଚାଣକ୍ୟ

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ କୌଣସି ନା କୌଣସି କାରଣବଶତଃ ହୋଇଥାଏ। ଭଗବାନଙ୍କର କୌଣସି ଅଧୁରା କାମକୁ ସମ୍ପୂର୍ଣ୍ଣ କରିବାକୁ ବ୍ୟକ୍ତିର ଜନ୍ମ। ଚାଣକ୍ୟଙ୍କ କହିବାନୁସାରେ, ବ୍ୟକ୍ତି ଭିତରେ ଯଦି ଜ୍ଞାନ ବା ଅନ୍ୟ କୌଣସି ଗୁଣ ନାହିଁ, ତେବେ ସେ ଧରଣୀ ଉପରେ ବୋଝ ସହ ସମାନ। ଯାହାର ବଞ୍ଚିବାର କୌଣସି ଅଧିକାର ନାହିଁ। ଚାଣକ୍ୟଙ୍କ ଏହି ନୀତି ଆମ ଦୈନନ୍ଦିନ ଜୀବନ ସମ୍ବନ୍ଧୀୟ। ଏଥିରେ ଜୀବନର ପ୍ରତ୍ୟେକ ଅବସ୍ଥା ବିଷୟରେ ଦର୍ଶାଯାଇଛି। ଆସନ୍ତୁ ଜାଣିବା ଚାଣକ୍ୟ ଆଉ କାହାକୁ ପୃଥିବୀ ଉପରେ ବୋଝ ବୋଲି କହିଛନ୍ତି…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ତିନି ପ୍ରକାରର ଲୋକ ପୃଥିବୀ ଉପରେ ବୋଝ ସହ ସମାନ। ଯେଉଁ ବ୍ୟକ୍ତି ମାଂସ ଭୋଜନ କରିଥାନ୍ତି, ମଦ୍ୟପାନ କରିଥାନ୍ତି ଏବଂ ଯେଉଁମାନେ ମୂର୍ଖ ସେମାନେ ପୃଥିବୀ ଉପରେ ବୋଝ ବୋଲି କୁହାଯାଏ।

ଯେଭଳି ଶାସ୍ତ୍ର ଅନୁସାରେ ଜୀବନକୁ ଶେଷ କରିବାକୁ ମହାପାପ କୁହାଯାଏ, ସେହିଭଳି ଜୀବକୁ ହତ୍ୟାକରି ଭୋଜନ କରିବାକୁ ଚାଣକ୍ୟ ମହାପାପ ବୋଲି କହିଛନ୍ତି। ଯେଉଁ ବ୍ୟକ୍ତି ଏଭଳି କରିଥାଏ ସେ ପୃଥିବୀ ଉପରେ ବୋଝ। ଯେ ପର୍ଯ୍ୟନ୍ତ କୌଣସି ଜୀବ ତୁମର କିଛି କ୍ଷତି କରିନାହିଁ ସେପର୍ଯ୍ୟନ୍ତ ତାକୁ ହତ୍ୟା କରିବାର ଅଧିକାର ମନୁଷ୍ୟର ନାହିଁ।

ସେହିଭଳି ଯେଉଁମାନେ ମଦ ପିଇଥାନ୍ତି ସେମାନେ ସମାଜ ପାଇଁ ଅଦରକାରୀ। କାରଣ ନିଶାରେ ଥିବା ବେଳେ ସେମାନେ କ’ଣ କରନ୍ତି କ’ଣ କହନ୍ତି ନିଜେ ବି ଜାଣିପାରନ୍ତି ନାହିଁ। ଅଧିକାଂଶ ଲୋକ ନିଶାରେ ଥିବା ବେଳେ ଭୁଲ କାମ କରିଥାନ୍ତି। ଏଣୁ ଏଭଳି ଲୋକ ପୃଥିବୀ ଉପରେ ବୋଝ ସହ ସମାନ।

ଚାଣକ୍ୟ ମୂର୍ଖ ଲୋକଙ୍କୁ ମଧ୍ୟ ପୃଥିବୀ ଉପରେ ବୋଝ ବୋଲି କହିଛନ୍ତି। କାରଣ ମୂର୍ଖ ବ୍ୟକ୍ତି ସମସ୍ୟା କମ୍‌ କରିବା ପରିବର୍ତ୍ତେ ବଢ଼ାଇଦେଇଥାଏ। ଏମାନେ ମଣିଷ ହୋଇଥିଲେ ମଧ୍ୟ ପଶୁସମ କାର୍ଯ୍ୟ କରିଥାନ୍ତି। ଏଭଳି ଲୋକ କେବେ କାହା ପାଇଁ ଲାଭଦାୟକ ହୋଇନଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.