Below header

ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ, ଏଥିପାଇଁ କରାଗଲା ଭୂମି ପୂଜନ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ । ଏଥିପାଇଁ ଭୂମି ପୂଜନ କରାଯାଇଛି । ସଦର ବ୍ଳକ୍‌ ଗୋପାଳପୁର ବଡ ଭୋଇ ସାହିରେ ଭୂମିପୂଜନ ହୋଇଛି । ପୁରୀ ଜିଲ୍ଲାପାଳ, L &T ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବଡ ଭୋଇ ସାହି ଗାଁକୁ ଆଦର୍ଶ ଗାଁ ଭାବେ ଗଢି ତୋଳିବା ସହ ପ୍ରକଳ୍ପ ନୀଳାଚଳର ଶୁଭାରମ୍ଭ କରିଛନ୍ତି । ବାସଗୃହ ନିର୍ମାଣ ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ, L &T ଏବଂ ହାବିଟାଟ ଫର ହ୍ୟୁମାନିଟି ଇଣ୍ଡିଆନ ଟ୍ରଷ୍ଟ ମଧ୍ୟରେ ବୁଝାବଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସଦର ବ୍ଳକ୍‌ର ବଡ ଭୋଇ ସାହି, ଉତ୍ତର ଭୋଇ ସାହି ଏବଂ ଧାଉଡି ଆଦିବାସୀ ବସ୍ତିର ବାତ୍ୟା ଫନି କ୍ଷତିଗ୍ରସ୍ତ ଏବଂ ବିପିଏଲ ପରିବାର ପାଇଁ ୧୫୦ଟି ବାତ୍ୟା ପ୍ରତିରୋଧକ ବାସଗୃହ ନିର୍ମାଣ କରାଯିବ । ୩ ଶହ ବର୍ଗଫୁଟ ଯାଗାରେ ଘର ନିର୍ମାଣ ହେବ । ଘର ପିଛା ଖର୍ଚ୍ଚ ହେବ ପ୍ରାୟ ୪ ଲକ୍ଷ ଟଙ୍କା । ଏଥିପାଇଁ L &T ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି । ଏସବୁ ଗାଁରେ ରାସ୍ତା ନିର୍ମାଣ, ଶିକ୍ଷା ଓ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରାଯିବ । ଆସନ୍ତା ଦୁଇ ବର୍ଷ ଧରି ଜିଲ୍ଲାପ୍ରଶାସନ ଓ ହାବିଟାଟ ଫର ହ୍ୟୁମାନିଟି ଇଣ୍ଡିଆନ ଟ୍ରଷ୍ଟ ମିଳିତ ଭାବେ ପ୍ରକଳ୍ପ ପାଇଁ କାମ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.