Below header

ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ , ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ହେଲା ଉତ୍‌କ୍ଷେପଣ

କେନ୍ୟୁଜ୍(ବ୍ୟୁରୋ): ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ। ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହକୁ ଅପରାହ୍‌ଣ ୩ଟା ୨୫ରେ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୮ ରକେଟ୍‌ ଯୋଗେ ଏହି ଉପଗ୍ରହର ଉତ୍‌କ୍ଷେପଣ ହୋଇଛି। ଏହା ସହ ୯ଟି ବାଣିଜ୍ୟିକ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯିବ । ଏହି ରାଡାର ଇମେଜିଂ ଆର୍ଥ ଅବଜରଭେସନ୍‌ ଉପଗ୍ରହର ଓଜନ ୬୨୮ କିଲୋ । ଏହା ମହାକାଶରେ ଅବସ୍ଥାପିତ ହେବା ପରେ ଭାରତ ରାଡାର ଇମେଜିଂ କ୍ଷମତା ଅନେକ ଗୁଣ ବୃଦ୍ଧି ପାଇବ । ଏହା ସହ ଶତ୍ରୁ ଉପରେ ନଜର ରଖିବା ସହଜ ହେବ । ପିଏସ୍‌ଏଲ୍‌ଭିର ଏହା ୫୦ ତମ ଓ ସତୀଶ ଧାଓ୍ଵନ କେନ୍ଦ୍ରରୁ ଏହା ୭୫ତମ ପରୀକ୍ଷଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.