ମୋବାଇଲରେ ଦେଖୁଛନ୍ତି କି ଏହିସବୁ ଲକ୍ଷଣ, ତାହେଲେ ହୋଇଯାଆନ୍ତୁ ସାବଧାନ, ଉଡିଯାଇପାରେ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା

ଆଜିକାଲି ମୋବାଇଲ ଫ୍ରଡ ଏବଂ ହ୍ୟାକିଂ ଘଟଣା ବହୁତ ଦେଖିବାକୁ ମିଳୁଛି । ହ୍ୟାକର ମାନେ ଫୋନ ହ୍ୟାକ କରିବା ପାଇଁ ଦିନକୁ ଦିନ ନୂଆ ନୂଆ ଟେକନିକର ବ୍ୟବହାର କରୁଛନ୍ତି । ଜାଲିଆତିର ଭିନ୍ନ ଏକ ତରିକା ହେଉଛି ଡୁପ୍ଲିକେଟ ସିମ ଯାହା ସାହାଯ୍ୟରେ ହ୍ୟାକର ମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରିବେ । ସେଥିପାଇଁ ଯଦି ଆପଣଙ୍କ ଫୋନରୁ ମୋବାଇଲ ନେଟୱାର୍କ ଅଧିକ ସମୟ ପର୍ଯ୍ୟନ୍ତ କଟିଯାଉଛି ତାହେଲେ ସାବଧାନ ହୋଇଯାଆନ୍ତୁ କାରଣ ଏହି ସ୍ଥିତିରେ ହ୍ୟାକର ମାନଙ୍କ ଦ୍ୱାରା ଡୁପ୍ଲିକେଟ ସିମ ବ୍ୟବହାର କରି ଆପଣଙ୍କ ଆକାଉଣ୍ଟରୁ ପଇସା ଉଠାଯାଇପାରିବ ।

ଯଦି ଆପଣଙ୍କ ଫୋନରେ ଅଧିକ ସମୟ ପର୍ଯ୍ୟନ୍ତ ସିଗନାଲ ଆସୁନାହିଁ ତାହେଲେ ହୋଇପାରେ ହ୍ୟାକରଙ୍କ ଦ୍ୱାରା ଆପଣଙ୍କ ନମ୍ବର ବନ୍ଦ କରାଯାଇ ଡୁପ୍ଲିକେଟ ସିମ ନିଆଯାଉଛି । ଏପରିସ୍ଥଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସିଗନାଲ ନରହିଲେ ତୁରନ୍ତ ଆପଣ ନିଜ ମୋବାଇଲ ଅପରେଟରଙ୍କ ସହ ସମ୍ପର୍କ କରନ୍ତୁ ଏବଂ ତାଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ ଯାହାଦ୍ୱାରା ଆପଣ ହ୍ୟାକିଂରୁ ବଂଚିପାରିବେ ।

ଏହାବ୍ୟତୀତ ଯଦି ଆପଣ ଫୋନରେ ଅଧା ୟୁଆରଏଲ ଲିଙ୍କ ଆସୁଛି ତାହେଲେ ତାଉପରେ କ୍ଲିକ କରନ୍ତୁ ନାହିଁ । କମ୍ପ୍ୟୁଟରରୁ ଫୋନ ଚାର୍ଜ କରିବା ସମୟରେ Only Chargingର ଅପ୍ସନକୁ ଚୁଜ କରନ୍ତୁ ଏବଂ Remember Passwordର ଅପ୍ସନ ଉପରେ କେବେବି କ୍ଲିକ କରନ୍ତୁ ନାହିଁ । ସାର୍ବଜନିକ ୱାଇଫାଇରେ ପଇସା ଲେଣଦେଣ କରନ୍ତୁ ନାହିଁ । ଏହାସହିତ ଯଦି ଆପଣଙ୍କ ଫୋନ ଗରମ ହୋଇ ଆପେଆପେ ରିବୁଟ ହୋଇଯାଉଛି ତାହେଲେ ଏହା ମଧ୍ୟ ଫୋନ ହ୍ୟାକ ହେବାର ଏକ ଲକ୍ଷଣ ଅଟେ । ଯଦି ଆପଣଙ୍କ ଫୋନ ହ୍ୟାଙ୍ଗ ହେବାପରେ ସ୍ୱିଚ ଅଫ ହୋଇଯାଇଛି ଏବାଂ ଆଉ ସ୍ୱିଚ ଅନ ହେଉନାହିଁ ତାହେଲେ ଏହା ମଧ୍ୟ ହ୍ୟାକିଂର ଏକ ଲକ୍ଷଣ ।

Image result for hacking

କିପରି ହୋଇଥାଏ ଫ୍ରଡ

ହ୍ୟାକର୍ସ ଦ୍ୱାରା କୌଣସି ବ୍ୟକ୍ତିର ମୋବାଇଲ ଡାଟା ହ୍ୟାକ କରି ବ୍ୟାଙ୍କ ଖାତାର ସମସ୍ତ ସୂଚନା ହାସିଲ କରାଯାଇପାରେ । ଏହାପରେ ହ୍ୟାକର ଜାଲ୍ ଆଇଡି ବନାଇ ଡୁପ୍ଲିକେଟ ସିମ ହାସିଲ କରିଥାନ୍ତି । ଆଉ ତାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ପାସୱାର୍ଡ ବଦଳାଇ ଦେଇଥାନ୍ତି । ଡୁପ୍ଲିକେଟ ସିମରେ ଓଟିପି ମିଳିଯାଇଥାଏ ଯାହାପରେ ହ୍ୟାକର୍ସ ମାନେ ଆକାଉଣ୍ଟରୁ ପଇସା ବାହାର କରିଦେଇଥାନ୍ତି ।

ଯଦିଓ ବର୍ତ୍ତମାନ ହ୍ୟାକର୍ସ ମାନଙ୍କ ଦ୍ୱାରା ଏପରି କରିବା ଏତେ ସହଜ ହେବନାହିଁ କାରଣ ଏବେ ବିଏସଏନଏଲ ଏବଂ ଅନ୍ୟ ଅପରେଟର ମାନଙ୍କ ଦ୍ୱାରା ଡୁପ୍ଲିକେଟ ସିମରେ 24 ଘଣ୍ଟା ପର୍ଯ୍ୟନ୍ତ ମେସେଜର ସୁବିଧା ରହିବ ନାହିଁ ଓ ଏହାଦ୍ୱାରା ହ୍ୟାକର୍ସ ପାସୱାର୍ଡ଼ ବଦଳାଇ ଓଟିପି ହାସିଲ କରିପାରିବେ ନାହିଁ । ଏହିଭଳି ହ୍ୟାକିଂ ଉପରେ ଲଗାମ ଲଗାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.