ରନ୍‌ ନେବାକୁ ଦୌଡ଼ିବା ବେଳେ ପଡ଼ିଗଲେ ବ୍ୟାଟ୍ସମ୍ୟାନ୍‌; ଯନ୍ତ୍ରଣାରେ ଛଟପଟ ହେବା ବେଳେ ବୋଲର କଲେ କିଛି ଏମିତି, ଦେଖନ୍ତୁ ଭିଡିଓ

ଶ୍ରୀଲଙ୍କାର ଦ୍ରୁତ ବୋଲର ଇସୁରୁ ଉଡ଼ାନା ମଞ୍ଜାସୀ ସୁପରଲିଗ୍‌ରେ କିଛି ଏମିତି କାମ କଲେ ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ରନ୍‌ ନେବାକୁ ଦୌଡ଼ିବା ସମୟରେ ବ୍ୟାଟ୍ସ ମ୍ୟାନ୍‌ କ୍ରିଜ୍‌ ଛାଡ଼ି ଦେଇଥିଲେ। ଏହି ସମୟରେ ବଲ ଇସୁରୁଙ୍କ ହାତରେ ଥିଲା। ଯେତେବେଳେ ସେ ଦେଖିଲେ ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ ବାହାରେ ଅଛନ୍ତି ସେ ଦୌଡ଼ିକି ଷ୍ଟମ୍ପ ପାଖକୁ ଆସିଯାଇଥିଲେ। ସେହି ସମୟରେ ବ୍ୟାଟ୍ସମ୍ୟାନ୍‌ ଫେରିବାକୁ ଚେଷ୍ଟା କରୁ କରୁ ତଳେ ପଡ଼ିଯାଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଇସୁରୁ ଶାନ୍ତ ହୋଇଯାଇଥିଲେ ଓ ଆଉଟ୍‌ କରିନଥିଲେ। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ମଞ୍ଜାସୀ ସୁପରଲିଗ୍‌ ନିଜ ଟ୍ଵିଟର ପେଜ୍‌ରେ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି ‘ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌’।
ଏହି ମ୍ୟାଚ୍‌ରେ ନେଲସନ୍‌ ମାଣ୍ଡେଲା ବେ ଜିୟାଣ୍ଟସ୍‌ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପର୍ଲ ରକ୍ସ ୨୦ ଓଭରରେ ୧୬୭ ରନ୍‌ କରିଥିଲେ। ଜବାବରେ ବେ ଜିୟାଣ୍ଟସ୍‌ ସେମିତି କିଛି ଖାସ୍‌ କରିପାରିନଥିଲେ ଓ ୧୨ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲେ। ସୂଚନାଯୋଗ୍ୟ ଯେ, ପର୍ଲ ରକ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୨୭ ପଏଣ୍ଟ ସହ ଟପ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.