Below header

ବଢ଼ୁଛି କଙ୍ଗନାଙ୍କ ସମସ୍ୟା: ଗୟା ଓ ପାଟନା ପରେ ଏବେ ବିହାରଶରୀଫ କୋର୍ଟରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜ ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମହାରାଷ୍ଟ୍ର ପରେ ଏବେ ବିହାରରେ କଙ୍ଗନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୟା ଓ ପାଟନା ପରେ ଅଭିନେତ୍ରୀଙ୍କ ବିରୋଧରେ ବିହାରଶରୀଫରେ ମଧ୍ୟ ମାମଲା ରୁଜୁ ହୋଇଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ସୋନୁ କୁଶବାହା ମଙ୍ଗଳବାର ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌, ଟ୍ଵିଟର ଇଣ୍ଡିଆର ଡାଇରେକ୍ଟର ମନୀଷ ମାହେଶ୍ୱରୀ ଓ ମେସର୍ସ ମହିଳା କଲ୍‌ଙ୍କ ବିରୋଧରେ କୋର୍ଟରେ କେସ୍‌ କରିଛନ୍ତି।

ଏହା ପୂର୍ବରୁ ପାଟନା ଓ ଗୟାର ସିଭିଲ କୋର୍ଟରେ ମଧ୍ୟ କଙ୍ଗନା ରାଣାଓ୍ଵତ୍‌ଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗକାରୀ ଆରଏଲ୍‌ଏସ୍‌ପିର ଜିଲ୍ଲାଧ୍ୟକ୍ଷ ସୋନୁ କୁଶାବାହାଙ୍କ କହିବାନୁସାରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବିବାହର ବିଧାନସଭା ନିର୍ବାଚନ ବେଳେ ଉଠାଯାଇଥିବା ଫଟୋରେ ଆମ ନେତା ଉପେନ୍ଦ୍ର କୁଶାବାହାଙ୍କ ଫଟୋରେ ଆଜାଦ୍‌ କଶ୍ମୀର ଲେଖି ଅଭଦ୍ର ଟିପ୍ପଣୀ ଦେଇଥିଲେ।

kangana

ଏହା ଦ୍ୱାରା ଆମ ପାର୍ଟିର ଛବି ଖରାପ ହୋଇଛି। ଏଣୁ ଆମେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ଏହା ପୂର୍ବରୁ ଆରଏଲ୍‌ଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶାବାହାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ମାମଲାରେ ରାଜ୍ୟର ମହାସଚିବ ବିନୟ କୁଶାବାହା କଙ୍ଗନାଙ୍କ ବିରୋଧରେ ସିଭିଲ କୋର୍ଟରେ ମାମଲା ରୁଜୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.