ସ୍ୱାମୀଙ୍କ ସହିତ ଫଟୋ ସେୟାର କରିବା ଦିଲୀପ କୁମାରଙ୍କ ନାତୁଣୀ ସାୟଶାଙ୍କୁ ପଡ଼ିଲା ଭାରି, ହେଉଛନ୍ତି ଜବରଦସ୍ତ ଟ୍ରୋଲ

ସୋସିଆଲ ମିଡ଼ିଆରେ ସେଲିବ୍ରିଟିମାନେ କେବଳ ପ୍ରଶଂସିତ ହୁଅନ୍ତି ନାହିଁ, ବରଂ ସେମାନଙ୍କୁ ଜବରଦସ୍ତ ଟ୍ରୋଲର ସାମ୍ନା ବି କରିବାକୁ ପଡ଼ିଥାଏ। ଫ୍ୟାନମାନଙ୍କ ପାଇଁ ସେୟାର କରୁଥିବା ଫଟୋ ଏବଂ ଭିଡ଼ିଓ କେବେ କେବେ ସେମାନଙ୍କ ଉପରେ ଭାରି ପଡ଼ିଯାଇଥାଏ। ଏବେ ଏମିତି କିଛି ଘଟିଛି ଦିଲୀପ କୁମାରଙ୍କ ନାତୁଣୀ ସାୟଶାଙ୍କ ସହିତ।

troll1

ସାୟଶା ଗତବର୍ଷ ସାଉଥ ଆକ୍ଟର ଆର୍ଯ୍ୟାଙ୍କୁ ବିବାହ କରିଥିଲେ। ଆର୍ଯ୍ୟା, ସାୟଶାଙ୍କଠାରୁ ୧୭ ବର୍ଷ ବଡ଼। ତେବେ ସାୟଶା ସୋସିଆଲ ମିଡ଼ିଆରେ ଯେତେବେଳେ ସ୍ୱାମୀ ଆର୍ଯ୍ୟାଙ୍କ ସହିତ ଫଟୋ ସେୟାର କଲେ, ତ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା। ସେ ଆର୍ଯ୍ୟାଙ୍କ ସହିତ ଡ୍ୟାନ୍ସ କରୁଥିବାର ଏକ ଫଟୋ ସେୟାର କରି କ୍ୟାପସନ ଲେଖିଥିଲେ, ‘ନିଜ ଲଭ ସହିତ ଡ୍ୟାନ୍ସ କରୁଛି’।

ହେଲେ ସାୟଶା ଓ ଆର୍ଯ୍ୟାଙ୍କର ଏହି ସୁନ୍ଦର ଫଟୋ ହୁଏତ ଫ୍ୟାନମାନଙ୍କୁ ପସନ୍ଦ ଆସି ନ ଥିଲା, ଯଦ୍ଦ୍ୱାରା କି ସେମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଜଣେ ୟୁଜର ‘ବାପା ଏବଂ ଝିଅ’ ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ‘ନିଜ ବାପାଙ୍କ ସହିତ ଡ୍ୟାନ୍ସ କରୁଛନ୍ତି’। ଏହିପରି ଅନେକ ୟୁଜର ସେମାନଙ୍କ ମଜା ଉଡ଼ାଇଥିଲେ।

 

View this post on Instagram

 

A post shared by Sayyeshaa (@sayyeshaa)

ଆପଣଙ୍କୁ କହି ରଖୁଛୁ, ସାୟଶା, ବଲିଉଡର ମହାନ ଅଭିନେତ୍ରୀ ସାୟରା ବାନୋଙ୍କ ଭାଣିଜୀ ଶାହୀନଙ୍କ ଝିଅ। ସାୟଶାଙ୍କର ଆକ୍ଟିଂ ଦୁନିଆ ସହ ଗଭୀର ସମ୍ପର୍କ ରହିଛି। ସେ ତାମିଲ, ତେଲୁଗୁ ଫିଲ୍ମ ପରେ ବଲିଉଡରେ ମଧ୍ୟ ପାଦ ରଖି ସାରିଛନ୍ତି। ସେ ଅଜୟ ଦେବଗନଙ୍କ ସହିତ ଫିଲ୍ମ ‘ଶିବାୟ’ରେ ନଜର ଆସିଥିଲେ। ଏହା ତାଙ୍କର ଡେବ୍ୟୁ ଫିଲ୍ମ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.