Below header

ଲ୍ୟାବରେ ତିଆରି ହେଉଛି “ଚିକେନ”, ଜୀବ ହତ୍ୟା ନ କରି ଆପଣ ନେଇପାରିବେ ନନଭେଜର ମଜା

ଆମେ ଖାଉଥିବା ପନିପରିବା ଗୁଡିକୁ ଚାଷ କରାଯାଇଥାଏ । ଆଉ ମଧ୍ୟ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ କୋଲଡ ଷ୍ଟୋରେଜ, ଫ୍ରିଜ ଆଦିର ବ୍ୟବହାର କରାଯାଏ । ଆଉ କିଛି ମାଂସାହାରୀ ନିଜ ଜିଭ ଲାଳସାକୁ ପୂରଣ କରିବା ପାଇଁ ବିଭିନ୍ନ ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ମାଂସ ଖାଇଥାନ୍ତି । ଆଉ ଏଥିପାଇଁ ଅସଂଖ୍ୟ ଜୀବଜନ୍ତୁଙ୍କୁ ଜୀବନ ହାରିବାକୁ ପଡିଥାଏ । କିନ୍ତୁ ଆପଣଙ୍କୁ କିଏ ଯଦି କୁହନ୍ତି ବିନା ପଶୁପକ୍ଷୀଙ୍କୁ ମାରି ଜଣେ ମାଂସର ସ୍ୱାଦ ନେଇପାରିବ ତେବେ ଆପଣ ତାଯୁବ ହୋଇଯିବେ ନିଶ୍ଚିନ୍ତ । କିନ୍ତୁ ଏହା ସତ୍ୟ । ସିଙ୍ଗାପୁରରେ ଆରମ୍ଭ ହୋଇଯାଇଛି ଏହି ପ୍ରଥା । ବିନା ପଶୁପକ୍ଷୀଙ୍କୁ ମାରି ଲୋକେ ନେଉଛନ୍ତି ସତେଜ ମାଂସର ମଜା । ତେବେ ଆସନ୍ତୁ ସେବିଷୟରେ ଟିକେ ଜାଣି ରଖନ୍ତୁ ।

Chicken Prepared In Lab And Sale In Singapore - अब बिना मुर्गे को मारे खा  पाएंगे चिकन, इस कंपनी ने लैब में तैयार किया मांस - Amar Ujala Hindi News  Live

 

ପ୍ରକୃତରେ ସିଙ୍ଗାପୁରର “୧୯୮୦” ନାମକ ଏକ ରେଶତୃରାନଟ ଲ୍ୟାବରେରୁ ରେ ତିଆରି କରାଯାଇଛି । ଯାହାର ନାଁ ରଖାଯାଇଛି କ୍ଲିନ ମିଟ । ଏହା କୌଣସି ପ୍ଲାଣ୍ଟ ମିଟ ନୁହେଁ । ଖୋଦ କୁକୁଡ଼ାଙ୍କ ମାଂସପେଶୀରୁ ପ୍ରସ୍ତୁତ ହୋଇଛି । ଏଭିତରେ ଅନେକ ଲୋକପ୍ରିୟତା ବି ହାସଲ କରିସାରିଲାଣି ଏହି ମାଂସ । ଏନେଇ ଦାବି କରିଛନ୍ତି କମ୍ପାନୀ କତ୍ତୃପକ୍ଷ । ଆମେରିକାର “ଷ୍ଟାର୍ଟ ଅପ ଇଟ” ନାମକ ଏକ କମ୍ପାନୀ ହିଁ ଏହି ବିଶେଷ ଧରଣର ମାଂସ ପ୍ରସ୍ତୁତ କରୁଛନ୍ତି । ସିଙ୍ଗାପୁରରେ ଏହାକୁ ବିକିବା ପାଇଁ ତାଙ୍କୁ ସ୍ୱତନ୍ତ୍ର ଅନୁମତି ମଧ୍ୟ ମିଳିଛି । ବାୟୁମଣ୍ଡଳ ବିବିଧତାକୁ ବଜାୟ ରଖିବା ପାଇଁ ଏହା ହେଉଛି ସର୍ବୋତ୍କୃଷ୍ଟ ବିକଳ୍ପ ବୋଲି କହିଛନ୍ତି କମ୍ପାନୀ କତ୍ତୃପକ୍ଷ । ବର୍ତ୍ତମାନ ସୁଦ୍ଧା ଏକ ହଜାର ଲିଟର ବାୟୋରିଏକଟର ସହ ଚିକେନ ଉତ୍ପାଦନ କରିସାରିଛି କମ୍ପାନୀ । ଆସନ୍ତା ପାଞ୍ଚ ବର୍ଷ ଭିତରେ ଏକ ଲକ୍ଷ ଲିଟର ବାୟୋରିଏକଟର ଚିକେନ ପ୍ରସ୍ତୁତ କରିବା ନେଇ ଲକ୍ଷ ରଖାଯାଇଛି ।

ପ୍ରଥମ ଥର ଯେବେ ଏହି ଚିକେନର ନଗେଟ୍ସ ପ୍ରସ୍ତୁତ କରି ଲୋକଙ୍କୁ ଦିଆଯାଇଥିଲା । ସେମାନେ ପ୍ରକୃତ ଚିକେନ ଓ ଏହି ଚିକେନ ଭିତରେ କିଛି ଫରକ ଠଉରାଇ ପାରି ନଥିଲେ । ପ୍ରକୃତ ଚିକେନ ଠାରୁ କୌଣସି ଗୁଣରେ କମ ନୁହେଁ ଏହି ଲ୍ୟାବ ତିଆରି ମାଂସ । ସିଙ୍ଗାପୁର ଫୁଡ ଏଜେନ୍ସି ବି ଏହି କୃତିମ ମାଂସ ଉପରେ ମୋହର ମାରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.