ଅନୁଷ୍କାଙ୍କ ପଶୁପ୍ରୀତି, ପଶୁ କ୍ରୁରତା ନିୟମରେ ପରିବର୍ତ୍ତନ କରିବାକୁ ଦାବି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଖୁବ ଜୋରରେ ରାଗିଛନ୍ତି। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। ଏପରି କ’ଣ ହେଲା ଯେ ଅନୁଷ୍କାଙ୍କ ରାଗ ବଢିଯାଇଛି। ଜଣେ ବ୍ୟକ୍ତି ଗୋଟେ କୁକୁରକୁ ଅତି ନିର୍ଦୟ ଭାବେ ପିଟୁଥିବାର ଦେଖି ଅନୁଷ୍କା ରାଗି ଯାଇଥିଲେ। ଏଥିପାଇଁ ସୋସିଆଲ ମିଡିଆରେ ଅନୁଷ୍କା ଉକ୍ତ ବ୍ୟକ୍ତିଙ୍କ ଉପରେ ନିଜର ରାଗ ସାରିଛନ୍ତି। କେବଳ ଏତିକି ନୁହେଁ, ଅନୁଷ୍କା ସରକାରଙ୍କୁ ପଶୁ କ୍ରୁରତା ଅଧିନିୟମ ୧୯୬୦ରେ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରିଛନ୍ତି।

ଏହାକୁ ଅନୁଷ୍କା ସୋସିଆଲ ମିଡିଆରେ ପୋଷ୍ଟ କରି ଅନୁଷ୍କା କହିଛନ୍ତି, କେବଳ ଲକି ( ମରିଥିବା କୁକୁର) ନୁହେଁ ବରଂ ପ୍ରାୟତଃ ସବୁ କୁକୁର ଏପରି ଅମାନବୀୟ ଘଟଣାର ଶିକାର ହେଉଛନ୍ତି। ଆମ ଦେଶରେ ଅନେକ କୁକୁରଙ୍କୁ ଏପରି ନିର୍ଦୟ ଭାବେ ପିଟୁଥିବାର ଅନେକ ଘଟଣା ଦେଖିବାକୁ ମିଳିଛି। ପଶୁ କ୍ରୁରତା ଅଧିନିୟମରେ ସଂଶୋଧନ କରି ଏହା ବିଷୟରେ ତୁରନ୍ତ ପଦକ୍ଷେପ ନେବା ଏବଂ କଡା ନିୟମ ପ୍ରଣୟନ କରିବା ନିତାନ୍ତ ଜରୁରୀ।
ଉକ୍ତ କୁକୁରର ମୃତ୍ୟୁ ପରେ କେବଳ ଅନୁଷ୍କା ନୁହନ୍ତି, ବଲିଉଡର ଅନେକ କଳାକାର ନିଜର କ୍ରୋଧକୁ ଜାହିର କରିଛନ୍ତି। ଘଟଣା ମୁତାବକ, ପ୍ରବଳ ବର୍ଷା ସମୟରେ କୁକୁରଟି ମୁମ୍ବାଇର ୱର୍ଲି ଅଞ୍ଚଳର ଟର୍ଫ ୟୁ ବିଲିଡିଂରେ ପସିଯାଇଥିଲା। ବିଲିଡିଂର ସିକ୍ୟୁରିଟି ତାକୁ ପିଟିଥିଲା। ଫଳରେ କୁକୁରର ମୃତ୍ୟୁ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.