ଗୁଗଲର ଆଣ୍ଡ୍ରୋଏଡକୁ ଟକ୍କର ଦେବାପାଇଁ ହୁୱାଇ ଆଣିଲା “HarmonyOS”

ଗୁଗଲର ଆଣ୍ଡ୍ରୋଏଡକୁ ଟକ୍କର ଦେବା ପାଇଁ ଶୁକ୍ରବାର ହୁୱାଇ ଟେକ୍ନୋଲୋଜି ‘ହାର୍ମୋନିଓଏସ’କୁ ବଜାରକୁ ଆଣିଛି । କୁହାଯାଉଛି ଏହି ଅପରେଟିଙ୍ଗ ସିଷ୍ଟମ ଗୋଟେ ଦିନ ଆଣ୍ଡ୍ରୋଏଡର ସ୍ଥାନ ନେବା ସହିତ ଲୋକମାନଙ୍କୁ ଆଉ ଆମରିକାନ ଟେକନିକ ଉପରେ ନିର୍ଭର କରିବାକୁ ଦେବ ନାହିଁ । ‘ହାର୍ମୋନିଓଏସ’ ଲଞ୍ଚ କରାଯିବ ଅବସରରେ ହୁୱାଇ କନଜ୍ୟୁମର ବିଜନେସର ସିଇଓ ରିଚାର୍ଡ ୟୁ କହିଛନ୍ତି କି ଏହି ଅପରେଟିଙ୍ଗ ସିଷ୍ଟମ ସ୍ମାର୍ଟଫୋନ, ସ୍ମାର୍ଟ ସ୍ପିକରସ ସହିତ ସେନ୍ସର ପାଇଁ ମଧ୍ୟ କମ୍ପ୍ୟାଟିବଲ ଅଟେ ।

ଏହାସହ ପଢନ୍ତୁ ଆଇଫୋନରୁ ତ୍ରୁଟି ବାହାରିଲେ Apple ଦେବ ୭ କୋଟି ଟଙ୍କା

ଏହା ଆଜିକାଲି ଫେମସ ହେଉଥିବା ‘ଇଣ୍ଟରନେଟ ଅଫ ଥିଙ୍ଗସ’ର ଅଂଶ ଅଟେ । ୨୦୨୦ ପର୍ଯ୍ୟନ୍ତ ଏହା ସ୍ମାର୍ଟଫୋନ ଏବଂ କାରରେ ନଜର ଆସୁଥିବା ଏକ ସାଧାରଣ ଅପରେଟିଙ୍ଗ ସିଷ୍ଟମ ହୋଇଯିବ । ହାର୍ମୋନିଓଏସ ମାଇକ୍ରୋକେରନଲ ଉପରେ ଆଧାରିତ ତେଣୁ ଏହା ସମ୍ବଳର ବ୍ୟବହାର କରି ନିଶ୍ଚିତ କରାଇବ ଯେ ଅପରେଟିଙ୍ଗ ସ୍ପିଡ଼ କ୍ଷିପ୍ର ଅଛି । ଏଥିରେ ଆର୍କ କମ୍ପାଇଲର ରହିଛି ଯାହାକି C/C++, Java, JavaScript ଏବଂ kotlin ଭଳି କଷ୍ଟ ଲାଙ୍ଗୁଏଜକୁ ମଧ୍ୟ ସପୋର୍ଟ କରିଥାଏ ।

ସୂଚନା ଅନୁଯାୟୀ ହୁୱାଇକୁ ଆମେରିକାରେ ବ୍ୟାନ କରାଯାଇଥିଲା ଏବଂ ସେତେବେଳେ ଏହି କମ୍ପାନୀ କହିଥିଲାଯେ ସେ ନିଜର ଅପରେଟିଙ୍ଗ ସିଷ୍ଟମ ଲଞ୍ଚ କରିବ । ହୁୱାଇ ଉପରେ ଆମେରିକାର ନାଗରିକମାନେ ଜାସୁସିର ଆରୋପ ଲଗାଇବା ସହ ବ୍ଳକଲିଷ୍ଟ କରି ଏନଟିଟି ଲିଷ୍ଟରେ ରଖିଦେଇଥିଲେ । ଏହି ଲିଷ୍ଟକୁ ଯିବାପରେ ହୁୱାଇର ଆମେରିକା କମ୍ପାନୀ ଗୁଡିକ ସହିତ ବିଜନେସ କରିବାର ଲାଇସେନ୍ସ ରଦ୍ଦ ହୋଇଯାଇଥିଲା । ଏହି ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.