ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ପଡିଲା ମହଙ୍ଗା, ଶେଷରେ ଡାକ୍ତରଖାନା ଗଲେ ମହିଳା
ମହିଳାଙ୍କୁ ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ମହଙ୍ଗା ପଡିଲା। ଅକ୍ଟୋପସ କାମୁଡାରୁ ମହିଳାଙ୍କ ମୁହଁ, ଗାଲ, ଶରୀରର ବିଭିନ୍ନ ଅଂଶ ଫୁଲିଯିବା ସହିତ ପାରାଲିସିସ ହେବା ସହ ମହିଳା ଜଣକ ହସପିଟାଲରେ ଯନ୍ତ୍ରଣା ଭୋଗୁଛନ୍ତି।
ଖବର ମୁତାବକ, ଓ୍ଵାଶିଂଟନର ସୁଶ୍ରୀ ବିସଗଲିୟା ମହିଳା ଟେକୋମା ନେରୋ ବ୍ରିଜ ପାଖରେ ମାଛ ଧରିବା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରେ ତାଙ୍କର ସାକ୍ଷାତ କିଛି ମାଛ ଧରାଳୀଙ୍କ ସହିତ ହୋଇଥିଲା, ଯେଉଁମାନେ ଏକ ଅକ୍ଟୋପସ ଧରିଥିଲେ। ଉକ୍ତ ମହିଳା ଜଣକ ଉକ୍ତ ଅକ୍ଟୋପସକୁ ଧରି ମୁହଁରେ ରଖି ଫଟୋ ଉଠାଇବାକୁ କହିଥିଲେ। ମହିଳା ଜଣଙ୍କ ଫଟୋ ଉଠାଉଥିବା ବେଳେ ଅକ୍ଟୋପସ ତାଙ୍କ ମୁହଁକୁ ଦୁଇଥର କାମୁଡି ଦେଇଥିଲା। କିନ୍ତୁ ମହିଳା ଜଣକ ଏହାକୁ ଖାତିର ନ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ କିଛି ସମୟ ଗଲା ପରେ ମହିଳାଙ୍କ ମୁହଁ ଫୁଲିବା, ଆଖିକୁ ଠିକ୍ ସେ ଦେଖାନଯିବା ସହ ଲାଲ ପଡିବା ଏବଂ ଶରୀର ପାରାଲିସିସ ମଧ୍ୟ ହୋଇଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏପରି ନିଷ୍ପତ୍ତି ନେଇ ଭୁଲ କରିଥିଲେ ବୋଲି ସୁଶ୍ରୀ କହିଛନ୍ତି।
ଏହାସହ ପଢ଼ନ୍ତୁ ; ଟମାଟୋର ମହଙ୍ଗା ମାଡରେ ପାକିସ୍ତାନର ମୁହଁ ଲାଲ୍, କିଲୋ ପ୍ରତି ଦର ୩୦୦ ଟଙ୍କା