Below header

ମାଓବାଦୀଙ୍କ ଆଉ ଏକ ରଣନୀତି, ସୁରକ୍ଷା ପାଇଁ ପ୍ରଥମ କରି ଆଇକାର୍ଡ ବ୍ୟବସ୍ଥା ଆରମ୍ଭ କରିଛି ସଂଗଠନ

ମାଲକାନଗିରି (କେନ୍ୟୁଜ୍) : ମାଓବାଦୀଙ୍କ ଆଉ ଏକ ରଣନୀତି । ସୁରକ୍ଷା ପାଇଁ ପ୍ରଥମ କରି ଆଇକାର୍ଡ ବ୍ୟବସ୍ଥା ଆରମ୍ଭ କରିଛି ମାଓ ସଂଗଠନ । ୨ ଶହ ଫାଟର କମାଣ୍ଡୋଙ୍କୁ ଏହି ସ୍ୱତନ୍ତ୍ର ପରିଚୟପତ୍ର ଦିଆଯାଇଛି । ଏଥିରେ ଲେଖା ରହିଛି ନିଜ ନିଜର ସମସ୍ତ ପରିଚୟ ଜାଣିବା ପାଇଁ ଏହା ବ୍ୟବହାର କରିବାକୁ ବାଧ୍ୟ । ଏହା ସହ ସେଣ୍ଟ୍ରାଲ କମିଟି ମେମ୍ବରଙ୍କ ପାଇଁ ଏହା ବ୍ୟବହାର କରିବାକୁ ବାଧ୍ୟ । ଏହା ସହ ସେଣ୍ଟ୍ରାଲ କମିଟି ମେମ୍ବରଙ୍କ ପାଇଁ ୪ ଟାୟାର ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଏହି ଫାଟର କମାଣ୍ଡୋ ମାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯାଇଛି । ମାଓ କ୍ୟାମ୍ପରେ ପୋଲିସ ବିଭିନ୍ନ ରୂପରେ ପ୍ରବେଶ କରୁଥିବା ବେଳେ ଏହାର ମୁକାବିଲା ପାଇଁ ଏପରି ରଣନୀତି ଆପଣେଇଛନ୍ତି ମାଓବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.