ରକ୍ଷାବନ୍ଧନରେ ଭାଇର ମୁଁହ ମିଠା ପାଇଁ ଘରେ ବନାନ୍ତୁ ମଲାଇ ବର୍ଫି..

ରକ୍ଷାବନ୍ଧନର ପର୍ବ ଭାଇଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ । ଏହି ଦିନ ଭଉଣୀ ଭାଇ ହାତରେ ରଖି ବାନ୍ଧିବା ସହିତ ଭାଇର ଦୀର୍ଘ ଜୀବନ କାମନା କରିଥାଏ । ପ୍ରତିବର୍ଷ ଏହି ଦିନରେ ଆପଣ ନିଶ୍ଚୟ ଭାଇଙ୍କୁ ବଜାରର ରଙ୍ଗ ବେରଙ୍ଗ ମିଠାଈ ଖାଇବାକୁ ଦେଉଥିବେ କିନ୍ତୁ ଏହିଥର ଘରେ ନିଜେ ପ୍ରସ୍ତୁତ କରି ଭାଇଙ୍କୁ ସରପ୍ରାଇଜ ଦିଅନ୍ତୁ ନା ! ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏତେ କଷ୍ଟ କଣ ପାଇଁ କରିବେ କିନ୍ତୁ ଏଥର ଆମେ ଆପଣଙ୍କ ପାଇଁ ଏକ ଏପରି ରେସିପି ଆଣିଦେଇଛୁ ଯାହାକୁ ଆପଣ ଘରେ ଅତି ସହଜରେ ଏବଂ ଖୁବ କମ ସମୟ ମଧ୍ୟରେ ବନାଇ ପାରିବେ । ଆସନ୍ତୁ ଜାଣିବା ଘରେ ମଲାଈ ବର୍ଫି ପ୍ରସ୍ତୁତ କରିବାର ସହଜ ଉପାୟ ।

ଏହାସହ ପଢନ୍ତୁ ଆଜି ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକ ହେଲା ୪କପ ଖୁଆ, ୨ବଡ ଚାମଚ ଘିଅ, ଅଧାକପ କ୍ଷୀର, ଏକ ଚତୁର୍ଥାଂଶ ଫିଟିକିରି ପାଉଡର, ଏକ କପ ଚିନି ଏବଂ ପେଷ୍ଟ ଓ କଟାବାଦାମ ।

କିପରି ପ୍ରସ୍ତୁତ କରିବେ

ମଲାଇ ବର୍ଫି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନରେ କ୍ଷୀର ଏବଂ ଖୁଆ ପକାଇ କମ ଆଞ୍ଚରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ ଏବଂ କିଛି ସମୟ ବ୍ୟବଧାନରେ ଏହାକୁ ଗୋଳାଉଥାନ୍ତୁ । ବର୍ତ୍ତମାନ ଏଥିରେ ଫିଟିକିରି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ତାପରେ ଏଥିରେ ଚିନି ମିଶାଇ କିଛି ସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଏକ ଆଲୁମିନିୟମ ପାତ୍ର ଆଣି ଏହାର ଚାରିପଟେ ଭଲଭାବରେ ଘିଅ ଲଗାଇ ଦିଅନ୍ତୁ । ତାପରେ ସେଥିରେ କଟା ବାଦାମ ଓ ପିସ୍ତା ପକାଇବାପରେ ଉପରେ ସେହି ମିଶ୍ରଣକୁ ଢାଳି ସେଟ ହେବାପାଇଁ ପୁରା ଦିନ ଛାଡ଼ିଦିଅନ୍ତୁ । ଭଲଭାବେ ସେଟ ହୋଇଗଲା ପରେ ଏହାକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ ପିସ କରି କାଟିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଲାଇ ବର୍ଫି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.