କୌଣସି ଲିଖିତ ପରୀକ୍ଷା ନ ଦେଇ ପାଆନ୍ତୁ ଚାକିରି, ଆରସିଏଫ୍ଏଲ ଆଣିଦେଇଛି ସୁଯୋଗ
ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫଏଲ)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ଚୟନ ମଧ୍ୟ ବେଶ ସୁବିଧା ଉପାୟରେ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆପଣ ଏଥିରେ ଚାକିରି ପାଇବା ପାଇଁ ଇଛୁକ, ତେବେ ଜାଣିନିଅନ୍ତୁ କ’ଣ ରହିଛି ନିୟମ….
ଆବେଦନ କରିବାର ତାରିଖ:
ଆବେଦନ କରିବାର ତାରିଖ ୭ ଅଗଷ୍ଟରୁ ଆରମ୍ଭ ହୋଇ ୨୮ ଅଗଷ୍ଟରେ ଶେଷ ହେବ। ଅନଲାଇନରେ ଆବେଦନ କରିବାର ହାର୍ଡ କପି ଜମା କରିବାର ଶେଷ ତାରିଖ ୩ ସେପ୍ଟେମ୍ବର ରହିଛି।
ଆବେଦନ ଶୁଳ୍କ:
ସାଧାରଣ ବର୍ଗ, ଓବିସି ଜାତିବିଶେଷଙ୍କ ପାଇଁ ୭୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି, ଅନସୂଚିତ ଜନଜାତିଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ବୟସ ସୀମା: ପ୍ରାର୍ଥୀମାନଙ୍କ ସର୍ବାଧିକ ବୟସ ୩୦,୩୩,୩୫ ବର୍ଷ ଜାତିବିଶେଷ ଭାବେ ନିର୍ଦ୍ଧାରିତ କରାଯାଇଛି।
ପଦବୀ ବିବରଣୀ:
ଅଫିସର (ଫାଇନାନ୍ସ): ୧୨
ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ଇଛୁକ ପ୍ରାର୍ଥୀ ଦିଆଯାଇଥିବା ନୋଟିଫିକେସ ଜରିଆରେ ବିବରଣୀ ପ୍ରାପ୍ତ କରିପାରିବେ।
ଆବେଦନ ପ୍ରକ୍ରିୟା: ଇଛୁକ ପ୍ରାର୍ଥୀ ଆରସିଏଫଏଲରେ ଦିଆଯାଇଥିବା ଅଧିସୂଚନାକୁ ଡାଉନଲୋଡ କରି ଏହାର ନିର୍ଦ୍ଦେଶଗୁଡିକ ପଢି ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ସାକ୍ଷାତକାର ଆଧାରରେ ହେବ।