ବାଇକ୍‌ ସାଇରନରେ ‘ଗଲି ବୟ’ର ଜବରଦସ୍ତ ଡ୍ୟାନ୍ସ, ଧୁମ୍‌ ମଚାଉଛି ଭାଇରାଲ ଭିଡିଓ

ଘର ବାହାରେ ବାଇକ୍‌ ସାଇରନରେ ‘ଗଲି ବୟ’ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। ତାଙ୍କ ଆକ୍ସନ, ଏକ୍ସପ୍ରେସନ ସବୁକିଛି ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଖୋଲା ଦେହରେ ହାଫ୍‌ ପ୍ୟାଣ୍ଟ ପିନ୍ଧି ବାଳକ ଜଣକ ପୂରା ମାଇକେଲ ଜାକସନ୍‌ ଅନ୍ଦାଜରେ ଦେଖାଉଛନ୍ତି ନିଜର କରିସ୍ମା। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

viral2

ଭିଡିଓରେ ଦେଖାଯାଇଛି କି, ଆରମ୍ଭରେ ‘ଗଲି ବୟ’ ଘରୁ କିଛି ଜିନିଷ ଧରି ବାହାରକୁ ଆସୁଛନ୍ତି। ଆଉ ଏହି ସମୟରେ ବାହାରେ ପାର୍କ ହୋଇଥିବା ଏକ ବାଇକ୍‌ ଉପରେ ତାଙ୍କର ନଜର ପଡ଼ୁଛି। ଏହାପରେ ସେ ସେଠାରେ ଅଟକି ଯାଉଛନ୍ତି ଏବଂ ଗୋଡ଼ ମାରି ବାଇକ୍‌ ସାଇରନ୍‌ ବଜାଇ ଦେଉଛନ୍ତି। ଆଉ ତା’ ପରେ ଯାହା ହେଉଛି, ତାହା ଦେଖିଲେ ହିଁ ଆପଣ ବି ଏହାକୁ ନିଶ୍ଚୟ ପସନ୍ଦ କରିବେ।

ଏହାସହ ପଢ଼ନ୍ତୁ: ହୋଇପାରିଲେନି ପାଇଲଟ୍‌, ଟାଟା ନାନୋ କାରକୁ ବନେଇଦେଲେ ‘ହେଲିକାପ୍ଟର’, ପଢ଼ନ୍ତୁ ବିହାରର ଏହି ନିଆରା ବ୍ୟକ୍ତିଙ୍କ…

viral3

ବାଇକ୍‌ ସାଇରନ ବାଜି ଉଠିବା କ୍ଷଣି ‘ଗଲି ବୟ’ ଡ୍ୟାନ୍ସ କରିବା ଆରମ୍ଭ କରିଦେଉଛନ୍ତି। ଏହାର ଆଓ୍ଵାଜ୍‌ ବିଟ୍‌ରେ ନିଜର ଷ୍ଟେପ୍‌ସ ଦେଖାଉଛନ୍ତି। କେବଳ ଏତିକି ନୁହେଁ, ଡ୍ୟାନ୍ସ କରିବା ସମୟରେ ନିଜ ମୁହଁ ମଧ୍ୟ ସେହି ଆଡ଼କୁ ବୁଲାଉଛନ୍ତି, ଯେଉଁଆଡ଼ୁ ଆଓ୍ଵାଜ୍‌ ବାହାରୁଛି।
ତେବେ ଡ୍ୟାନ୍ସ ମଝିରେ ଜଣେ ମହିଳାଙ୍କ ଆଓ୍ଵାଜ୍‌ ଆସିବା ପରେ ବାଳକ ଜଣକ ଶୀଘ୍ର ଡ୍ୟାନ୍ସ ଶେଷ କରି ନିଜର ଜିନିଷ ଧରିଥିଲେ। ଆଉ ତର ତର ହୋଇ ସେଠାରୁ ପଳାଇ ଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ପାଖାପାଖି ୩୫ ସେକେଣ୍ଡର ଏହି ଭିଡିଓକୁ ଲୋକେ ସେୟାର କରିବାରେ ଲାଗିଛନ୍ତି ଏବଂ ଏହାର ମଜା ମଧ୍ୟ ନେଉଛନ୍ତି। ଭାଇରାଲ ଭିଡିଓର ଲୋକପ୍ରିୟତା ଏତେ ବଢ଼ୁଛି ଯେ ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ବି ଏହାକୁ ଟୁଇଟରରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.