Below header

ଆୟେଶା ଖାନଙ୍କ ସହ ରୋମାଣ୍ଟିକ ଷ୍ଟାଇଲ୍‌ରେ ନଜର ଆସିଲେ ଅଭିଷେକ କୁମାର, ଭାଇରାଲ ହେଉଛି ଭିଡିଓ

ସୂଚନା ମୁତାବକ, ଅଭିଷେକ ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ହେଡ୍‌ଲାଇନ୍‌ରେ ରହିଛନ୍ତିି । ଏପରି କୁହାଯାଉଛି ଯେ ସେ ଘରୁ ବାହାରିପରେ ହିଁ ତାଙ୍କୁ ଲଭର ବଏ ଭାବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସେ ମନ୍ନାରା ଚୋପ୍ରାଙ୍କ ସହ ଏକ ଗୀତ ରିଲିଜ କରିଥିଲେ । ଲୋକମାନେ ‘ସାବରେ’ ନାମକ ଏହି ଟ୍ରାକକୁ ବହୁତ ପସନ୍ଦ କରିଛନ୍ତି ।

ଟିଭି ଦୁନିଆର ଲୋକପ୍ରିୟ ରିୟାଲିଟି ସୋ ବିଗ୍‌ ବସ୍‌ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ତେବେ ବିଗ୍‌ ବସ୍‌ର ପ୍ରାୟ ୧୭ଟି ସିଜିନ୍‌ ଦର୍ଶକଙ୍କ ସାମ୍ନାକୁ ଆସିସାରିଲାଣି । ଏହି କିଛି ଦିନ ହେବ ବିଗ୍ ବସ୍ ସିଜିନ୍‌ ୧୭ ଶେଷ ହୋଇଛି । ଏଥିରେ ସମସ୍ତ ପ୍ରତିଯୋଗୀ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ତାଙ୍କ ମାନଙ୍କ ମଧ୍ୟରେ ଅଭିଷେକ କୁମାର କିଛି ବିବାଦକୁ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ । ସୂଚନା ମୁତାବକ, ଅଭିଷେକ ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ହେଡ୍‌ଲାଇନ୍‌ରେ ରହିଛନ୍ତିି । ଏପରି କୁହାଯାଉଛି ଯେ ସେ ଘରୁ ବାହାରିପରେ ହିଁ ତାଙ୍କୁ ଲଭର ବଏ ଭାବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସେ ମନ୍ନାରା ଚୋପ୍ରାଙ୍କ ସହ ଏକ ଗୀତ ରିଲିଜ କରିଥିଲେ । ଲୋକମାନେ ‘ସାବରେ’ ନାମକ ଏହି ଟ୍ରାକକୁ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କର ସମସ୍ତ ସାଙ୍ଗ ଏବଂ ବିଗ୍ ବସ୍ ମଧ୍ୟ ଏହି ଗୀତର ପ୍ରଶଂସା କରୁଛନ୍ତି । ତେବେ ଭାଲେଣ୍ଟାଇନ୍ସ ଡେ ରେ ଆୟେଶା ଖାନ୍ ଏକ ରିଲ୍ ସେୟାର କରିଥିଲେ । ଏଥିରେ ଉଭୟ ଆୟେଶା ଏବଂ ଅଭିଷେକ ଏହି ଗୀତରେ ଅଭିନୟ କରୁଥିବା ନଜର ଆସିଛନ୍ତି । ସେମାନଙ୍କୁ ଏକାଠି ଦେଖି ଅନେକ ଲୋକ ସନ୍ଦେହ କରିବାକୁ ଲାଗିଲେ ଯେ ସେମାନେ ଏକ ନୂଆ ଭିଡିଓ ତିଆରି କରୁଛନ୍ତି, କିନ୍ତୁ ଏହି ସମୟରେ ଏହିପରି କିଛି ଖବର ସାମ୍ନାକୁ ଆସିନାହିଁ । ଏହା କେବଳ ଏକ ରିଲ୍ ଯାହା ଆୟେଶା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ତଥାପି ସେମାନଙ୍କୁ ଏକାଠି ଦେଖିବା ଏବଂ ସେମାନଙ୍କ କେମେଷ୍ଟ୍ରି ଦେଖିବା ପରେ, ଏହାକୁ ନେଇ ଆଶ୍ଚର୍ଯ୍ୟ ହେବରେ କିଛି କଥା ନାହିଁ ।

ତେବେ ଏହି ରିଲରେ ଆୟେଶା ଖାନ ନୀଳ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ଅଭିଷେକଙ୍କୁ କଳା ସୁଟରେ ଦେଖିବାକୁ ମିଳିଛି । ସେମାନଙ୍କୁ ଏକାଠି ଦେଖି ଲୋକମାନେ ମଧ୍ୟ ସେମାନଙ୍କର ଲିଙ୍କଅପ୍ ବିଷୟରେ ଅନୁମାନ କରୁଛନ୍ତି । କାରଣ ଆୟେଶା ଭାଲେଣ୍ଟାଇନ୍ସ ଡେ ରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଦୁଇଟି ହାତ ଦେଖିବାକୁ ମିଳିଥିଲା । ସେହିଦୁଇଟି ହାତ ମଧ୍ୟରୁ ଗୋଟିଏ ହାତରେ ଘଣ୍ଟା ଥିଲା, ଯାହାକୁ ଅନୁମାନ କରାଯାଉଛି ଯେ ସେ ଅଭିଷେକ ଥିଲା ଏବଂ ଭିଡିଓରେ ମଧ୍ୟ ଏପରି ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ‘viralbhayani’ରେ ଦେଖିବାକୁ ମିଳିଛି ।

ତଥାପି ଏହା ମଧ୍ୟ ହୋଇପାରେ ଯେ ଏହି ରିଲର ଭ୍ୟୁ ବଢାଇବା ପାଇଁ ଏହି ସବୁ କରାଯାଇଛି । ତେବେ ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହୋଇଛି ଏବଂ ଲୋକମାନେ କହୁଛନ୍ତି ଯେ ମନ୍ନାରା ଚୋପ୍ରାଙ୍କ ଅପେକ୍ଷା ଆୟେଶାଙ୍କ ଅଭିନୟ ଭଲ ଲାଗୁଛି । ଏପରି ଭାବେ ଅନେକ କଥା ସାମ୍ନାକୁ ଆସୁଛି, ତେବେ ଦେଖିବାରେ ଅଛି ଆଗକୁ ଯାଇ କ’ଣ ହେଉଛି ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.