ଘରେ ଶୋଇଥିବା ବେଳେ ଜଣକୁ ଦଳିଦେଲା ହାତୀ
ହାତୀ ମରୁଛନ୍ତି ଆଉ ମାରୁଛନ୍ତି । ଘରେ ଶୋଇଥିବା ବେଳେ ଜଣକୁ ଦଳିଦେଲା ହାତୀ । ବେତନଟୀ ରେଞ୍ଜ କଳିଆନାଲ ଗାଁରେ ଘଟିଛି ଘଟଣା ।

ବାରିପଦା(କେନ୍ୟୁଜ): ହାତୀ ମରୁଛନ୍ତି ଆଉ ମାରୁଛନ୍ତି । ଘରେ ଶୋଇଥିବା ବେଳେ ଜଣକୁ ଦଳିଦେଲା ହାତୀ । ବେତନଟୀ ରେଞ୍ଜ କଳିଆନାଲ ଗାଁରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ପଇନ ଦେହୁରୀ। ଗତକାଲି ରାତିରେ ପାଇନ ଘରେ ଶୋଇଥି ବେଳେ ହାତୀଟି ତାଙ୍କୁ ଘର ଭିତରୁ ଟେକି ନେଇ କଚାଡି ଦେଇଥିଲା । ପରେ ପାଦରେ ଦଳି ଦେଇଥିଲା ।
ଘଟଣା ସ୍ଥଳରେ ହିଁ ପଇନଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ସକାଳେ ଜଣା ପଡିଥିଲା। ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେବ ଶିମିଳିପାଳରୁ ଏକ ହାତୀ ପଲ ଆସି ବେତନଟୀ ଓ ମୋରୋଡା ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।