ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, କରୁଛନ୍ତି ଅନେକ ଅସୁବିଧାର ସାମ୍ନା

ବିଶୁଦ୍ଧ ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ସୁନ୍ଦରଗଡ଼ ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଥିବା କିରେଇ ପଞ୍ଚାୟତର କନ୍ଦାବାହାଲ ଗାଁର ଜବରଦସ୍ତ ପଡ଼ା । ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ରହିଛି ସୋଲାର ପମ୍ପ ସହ ଟାଙ୍କିର ବ୍ୟବସ୍ଥା ମାତ୍ର ଏହିସବୁ ଦୂର ପାହାଡ ସୁନ୍ଦର ଭଳି ଲୋକ ଦେଖାଣିଆ ।

ଖଣି ଖାଦାନଭରା ସୁନ୍ଦରଗଡ଼ ଜିଲ୍ଲା ଏଠି ଜିଲ୍ଲା ଖଣିଜ ପାଣ୍ଠି ସହ ଓମ୍ବାଡସ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି, ମାତ୍ର ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଏଠାକାର ଅନେକ ହିତାଧିକାରୀ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ସୁନ୍ଦରଗଡ଼ ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଥିବା କିରେଇ ପଞ୍ଚାୟତର କନ୍ଦାବାହାଲ ଗାଁର ଜବରଦସ୍ତପଡ଼ା । ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ରହିଛି ସୋଲାର ପମ୍ପ ସହ ଟାଙ୍କିର ବ୍ୟବସ୍ଥା ମାତ୍ର ଏହିସବୁ ଦୂର ପାହାଡ ସୁନ୍ଦର ଭଳି ଲୋକ ଦେଖାଣିଆ ।

ଗାଁରେ ରହିଥିବା ୩ ଟି ସୋଲାର ପମ୍ପ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେବ ଖରାପ ହୋଇ ପଡ଼ିରହିଛି । ଏଭଳି ସ୍ଥିତିରେ ପାଣି ଟିକିଏ ପାଇବା ପାଇଁ ମାଧ୍ୟମ ସାଜିଛି ଗାଁ ମଝିରେ ପୋଖରୀ ।ଆବାସ ଯୋଜନା କଥା ନ କହିବା ଭଲ, ଅନେକ ଯୋଗ୍ୟ ହିତାଧୀକାରୀ ଅନେକ ଥର ଆବେଦନ କରି ସାରି ଥିଲେ ମଧ୍ୟ ତାଙ୍କୁ ମିଳୁ ନାହିଁ ଘର ଟିଏ । ଅନ୍ୟପଟେ କିଛି ଲୋକ ଦୁଇରୁ ତିନୋଟି ଲେଖାଏଁ ଘର ପାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ବିଶେଷକରି ପାନୀୟ ଜଳ ଯୋଗାଣ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବ୍ୟୟବରାଦ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ନୀତି ଯୋଗୁଁ ଏବେବି ଅନେକ ଗାଁ ଲୋକେ ଏହି ପାଣି ଟିକକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀମାନେ ପଞ୍ଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇବା ସହ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ମଧ୍ୟ ଅନେକ ବାର ଜଣାଇଥିଲେ ମଧ୍ୟ ଫଳ ଶୂନ । ବାଧ୍ୟ ହୋଇ ଗ୍ରାମବାସୀମାନେ ଗତ ୧୧ ତାରିଖ ସନ୍ଧ୍ୟାରେ ମହାମହିମ ରାଜ୍ୟପାଳଙ୍କ ଗସ୍ତ ସମୟରେ ତାଙ୍କୁ ରାସ୍ତା ଉପରେ ଅଟକାଇ ଦୁଃଖ ଜଣାଇଥିଲେ । ଅନ୍ଧାରରେ ମୋବାଇଲ ଲାଇଟ୍ ଆଲୁଅରେ ରାଜ୍ୟପାଳ ନିଜ ଗାଡିରୁ ଓହ୍ଲାଇ ଗାଁ ଭିତରକୁ ଚାଲି ଚାଲି ଯାଇ ବାସ୍ତବିକ୍ ସ୍ଥିତି ଦେଖିବା ସହ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ରାଜ୍ୟପାଳଙ୍କ ପ୍ରତିଶ୍ରୁତି ପରେ ସମସ୍ୟାର ସମାଧାନ ହେବା ନେଇ ଗ୍ରାମବାସୀ ଖୁବ ଆଶାବାଦୀ । ଅନ୍ୟପଟେ ସମସ୍ୟା ରହିଥିବା ନେଇ ସଦର ବିଡ଼ିଓ ମୋତିଲାଲ ସୁଲିଆ ସ୍ୱୀକାର କରିବା ସହ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେଉନଥିବା ବେଳେ ବର୍ତ୍ତମାନ ନିଜେ ରାଜ୍ୟପାଳ ଏହି ଗ୍ରାମକୁ ଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇ ଫେରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ ଏହାର ସମାଧାନ କରାଯାଉଛି ତାହା ଦେଖିବା ବାକି ରହିଲା ।

You might also like