Below header

ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ହେବେ ଗିରଫ

ଗିରଫ ହେବେ କୁବେର ଆରଟିଓ ।  ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ଠାବ ହୋଇଛି୧୯ କୋଟିର ସମ୍ପତ୍ତି । ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ ଯେଉଁଠି ଦେଖିବ ସେଠି ବସନ୍ତଙ୍କ ଦାମୀ ଆପାର୍ଟମେଣ୍ଟ ।

ଭୁବନେଶ୍ୱର (କେନ୍ୟୁଜ): ଗିରଫ ହେବେ କୁବେର ଆରଟିଓ ।  ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ଠାବ ହୋଇଛି୧୯ କୋଟିର ସମ୍ପତ୍ତି । ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ ଯେଉଁଠି ଦେଖିବ ସେଠି ବସନ୍ତଙ୍କ ଦାମୀ ଆପାର୍ଟମେଣ୍ଟ । ସ୍ଥାବର ସମ୍ପତ୍ତି ସାଢ଼େ ୧୪ କୋଟି ହୋଇଥିବା ବେଳେ ସୁନା ଗହଣା, ଦୁଇଟି ଚାରି ଚକିଆ ଗାଡ଼ି, ଆସବାବ ପତ୍ର, ବ୍ୟାଙ୍କ୍, ଇନସୁରାନସ, ବଣ୍ଡ୍ ଆଦିର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଆକଳନ କରାଯାଇଛି ।

ଏତେ ପରିମାଣର ସମ୍ପତ୍ତି ନେଇ ବସନ୍ତଙ୍କୁ ପଚରା ଉଚୁରା ଚାଲିଛି ।  ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ଆକଳନ ପରେ ତାଙ୍କୁ ଗିରଫ କରାଯିବ । ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ଆୟ ବର୍ହିଭୂତ ସଂପତ୍ତି ନେଇ ଅଭିଯୋଗ ପରେ ବୌଦ୍ଧ ଅଫିସ ସମେତ ଗଞ୍ଜାମ ଭଞ୍ଜନଗର ସ୍ଥିତ ତାଙ୍କ ପୈତୃକ ଘର , ବ୍ରହ୍ମପୁର କମାପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ବାସଭବନ ଆଦି ୧୦ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ । ଏହାପରେ ଖୋଲିଥିଲା ବସନ୍ତଙ୍କ କଳା ସାମ୍ରାଜ୍ୟର ଗୁମର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.